ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ଓ ଓଡ଼ିଶା ଇଣ୍ଟରନାସନାଲ ସେଣ୍ଟର ପକ୍ଷରୁ ଦେବ ଦୀପାବଳି ଅବସରରେ ଲକ୍ଷାଧିକ ଦୀପ ପ୍ରଜ୍ବଳନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଛି।l
ପୁରୀ ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଦୀପ ପ୍ରଜ୍ବଳନ କରାଯାଇଥିଲା। ଏହି ଅବସରରେ ମୁକ୍ତାକାଶ ରଙ୍ଗମଞ୍ଚରେ ଦେବ ଦୀପାବଳି ମହୋତ୍ସବ ଅନୁଷ୍ଠିତ ହୋଇଥିଲା।
ଦୀପ ପ୍ରଜ୍ବଳନ ଅବସରରେ ସାଂସଦ ଶୁଭାଶିଷ ଖୁଣ୍ଟିଆ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଓଡ଼ିଶା ଇଣ୍ଟରନାସନାଲ ସେଣ୍ଟରର ଭାବଗ୍ରାହୀ ଶାନ୍ତି, କୁମୁଦିନୀ ପଣ୍ଡା, ଉଦୟ କୁମାର ଶାନ୍ତି, ଡ.କିଶୋର ଚନ୍ଦ୍ର ପ୍ରଧାନ, ରତିକାନ୍ତ ପାଢ଼ୀ, ସୁମିତ୍ରା ପଣ୍ଡା, ସଂଯୁକ୍ତା ମହଲ, ସତ୍ୟସୁନ୍ଦର ପଣ୍ଡା, ଉମାଶଙ୍କର ପଟ୍ଟନାୟକ, ପ୍ରଶାନ୍ତ ମିଶ୍ର, ଶ୍ରୀକ୍ଷେତ୍ର ବିକାଶ ମଞ୍ଚର ସଭାପତି ବିନୋଦ କୁମାର ପଣ୍ଡା, ସମ୍ପାଦକ ଲଷ୍ମୀନାରାୟନ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।
ମଞ୍ଚରେ ଅଶୋକ କୁମାର ମହାନ୍ତି, ରଘୁନାଥ ପ୍ରତିହାରୀ, ସୁଚରିତା ପ୍ରତିହାରୀ, ଗୌରାଙ୍ଗ ଚରଣ ଖୁଣ୍ଟିଆ, ସୁରେନ୍ଦ୍ର ନାୟକ, ଶତୃଘ୍ନ ନାୟକ, ସତ୍ୟପ୍ରିୟ ମହାପାତ୍ର, ସବିତା ମିଶ୍ର, ଅନ୍ନପୂର୍ଣ୍ଣା ତ୍ରିପାଠୀ, ଅଶୋକ କୁମାର ଦାସ, ସୂୟାଂଶୀ ରଥ, ସୋନାଲି ରଥ, ସିପ୍ରା ମହାନ୍ତି, ଦେବସ୍ମିତା ମହାନ୍ତି, ପ୍ରକାଶ ରଥ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ। ରବିନାରାୟଣ ଦାଶ, ଅନିଲ କୁମାର ଦାସ, ଦିଲୀପ ପଣ୍ଡା, ହରିଶ ଚନ୍ଦ୍ର ଦାଶ, ଚିନ୍ମୟ କୁମାର ମାଳ, ସତ୍ୟନାରାୟଣ ଗୁରୁ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ। ସୁରେନ୍ଦ୍ର ନାୟକ, ଶଙ୍ଖମିତ୍ର ସିଂହାରୀ, ସୁଧାଂଶୁ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
