July 28, 2026

ଆନନ୍ଦପୁର ଏସଡିପିଓଙ୍କ ଦ୍ୱାରା ୩ ମୋରମ ବୋଝେଇ ଗାଡି ଜବତ

IMG-20230505-WA0034
Share

 

ହାଟଡି଼ହି, ୦୫/୦୫

ହାଟଡିହି ବ୍ଲକ୍ ବଣିଆପଙ୍କ ଅଞ୍ଚଳରୁ ବେଆଇନ ଭାବେ ମୋରମ ଚୋରା ଚାଲାଣ ହେଉଥିବା ନେଇ ବାରମ୍ବାର ଖବର କାଗଜରେ ଖବର ପ୍ରସାରଣ ହେଉଥିଲେ ମଧ୍ୟ ସ୍ଥାନୀୟ ପୁଲିସ୍ ଓ ରାଜସ୍ୱ ବିଭାଗର ଅଧିକାରୀମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ । ଗତ ବୁଧବାର ବିଳମ୍ବିତ ରାତିରେ ଆନନ୍ଦପୁର ଏସଡ଼ିପିଓ ପ୍ରଶାନ୍ତ କୁମାର ବେହେରା ଏକ ବିଶେଷ ସୂତ୍ରରୁ ଖବରପାଇ ବଣିଆପଙ୍କ ଅଞ୍ଚଳରେ ଅତର୍କିତ ଚଢଉ କରି ମୋରମ ଚୋରା ଚାଲାଣ ରେ ସମ୍ପୃକ୍ତ ଥିବା ଦୁଇଟି ମୋରମ ବୋଝେଇ ହାଇୱ‌‌‌। ଓ ଗୋଟିଏ ଡମ୍ପରକୁ ଜବତ କରିବାରେ ସକ୍ଷମ ହୋଇଛନ୍ତି । ଆନନ୍ଦପୁର ଏସଡିପିଓ ସମ୍ପୃକ୍ତ ଗାଡ଼ି ଗୁଡ଼ିକୁ ସୋସୋ ପୁଲିସକୁ ହସ୍ତାନ୍ତର କରିଛନ୍ତି । ସୋସୋ ଥାନାଧିକାରୀ ଅନିଲ କୁମାର ସାମଲ ଏନେଇ ହାଟଡ଼ିହି ତହସିଲଦାରଙ୍କୁ ଚିଠି ଲେଖି ଜଣାଇଥିବା କହିଛନ୍ତି।
କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।