April 25, 2026

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ପାନ ଗୁଆ ଥୋଇ ଦୀପ ଜାଳି ଡ଼ଙ୍ଗା ଭସାଇଲେ ଶ୍ରଦ୍ଧାଳୁ। 

IMG-20251106-WA0014
Share

 

 

ବୋଲଗଡ଼,(ଉପାନ୍ତ ଖବର):ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଲଗଡ଼ ଅଞ୍ଚଳରେ ଶ୍ରଦ୍ଧାଳୁ ମାନେ ସକାଳୁ ଉଠି ସ୍ନାନସାରି ଶତାଧିକ ଆବାଳ ବୃଦ୍ଧ ବନିତା ପରମ୍ପରା ଅନୁଯାୟୀ ପାନ ଗୁଆ ଥୋଇ ଓ ଦୀପ ଜଳେଇ ଡଙ୍ଗା ଭସାଇଛନ୍ତି। ବିଭିନ୍ନ ଗ୍ରାମରେ ଥିବା ନଈ,ନାଳ,ପୋଖରୀ ଆଦି ସ୍ଥାନରେ ମହିଳା ଓ ପୁରୁଷ ମାନେ ଭୋରରୁ ସ୍ନାନ କରି ଡଙ୍ଗା ଭସାଇ ଥିଲେ ।ସେହିପରି ଅନ୍ୟ ପକ୍ଷରେ ଏହି ପରିପ୍ରେକ୍ଷୀରେ ପଲ୍ଲୀ ଠାରୁ ସହର ଯାଏ ପ୍ରତେକ ମନ୍ଦିରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ କାର୍ତ୍ତିକ ପୁରାଣ ପଠନ, ପାରାୟଣ, ନାମ ସଂକୀର୍ତ୍ତନ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।