April 27, 2026

ଉମରକୋଟ ନିକଟସ୍ଥ ବଡବାସିନି ରେ ଜମିକୁ ନେଇ ପୁଅର ଟାଙ୍ଗିଆ ମାଡ଼ରେ ବାପା ର ମୃତ୍ୟୁ…………

IMG-20251029-WA0053
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)

ନିଜ ଜମି ଚାଷ କୁ କେନ୍ଦ୍ର କରି ଜଣେ ୮୦ ବର୍ଷର ବାପାକୁ ନିଜ ପୁଅ ଟାଙ୍ଗିଆ ରେ ହାଣି ହତ୍ୟା କରିଛି। ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବଡ଼ବାସିନୀ ଗ୍ରାମରେ।ମିଳିଥିବା ସୂଚନା ଅନୁସାରେ ସାଧୁ ରାଜ ଗଣ୍ଡ ଯାହାର ବୟସ ୮୦ ବର୍ଷ। ଯାହାଙ୍କ ୨ ଟି ସ୍ତ୍ରୀ ଥିବା ବେଳେ ପ୍ରଥମ ସ୍ତ୍ରୀ ଙ୍କ ଜଣେ ପୁଅ ଥିବା ବେଳେ ଯାହାଙ୍କ ନା ବିଶ୍ଵ ନାଥ ରାଜ ଗଣ୍ଡ ଯିଏ କି ବାପା ଙ୍କ ହତ୍ୟାକାରୀ। ଦ୍ଵିତୀୟ ସ୍ତ୍ରୀ ଙ୍କ ଜଣେ ମାତ୍ର ଝିଅ ଅଛନ୍ତି। ତେବେ ସାଧୁ ଙ୍କ ୫ ଏକର ଜମି ଥିଲା। ପୁଅ କୁ ୨.୫୦ ଏକର ଜମି ଚାଷ ପାଇଁ ଦେଇ ଥିବା ବେଳେ ବଳକା ୨.୫୦ ଏକର ଜମି ନିଜେ ଅନ୍ୟ ଲୋକ ଙ୍କ ଦ୍ଵାରା ଚାଷ କରାଉଥିଲେ। ବାପା ସବୁ ୫ ଏକର ଜମି ଦେଇ ଦେବା ପାଇଁ ବିଶ୍ବ ନାଥ ବାପା ଙ୍କ ସହ ସବୁ ବେଳେ ଗଣ୍ଡଗୋଳ କରୁଥିଲେ। ଗତ କାଲି ରାତି ବାପା ଶୋଇ ଥିବ। ପୁଅ ବିଶ୍ଵନାଥ ରାଜଗଣ୍ଡ ଏକ ଟାଙ୍ଗିଆରେ ସାଧୁ ରାଜଗଣ୍ଡ ଙ୍କ ଛାତି, ହାତ ଓ ଜଙ୍ଘରେ ଆକ୍ରମଣ କରି ଲହୁ ଲୁହାଣ କରିଥିଲା ଏହି ସମୟରେ ବାପା ସାଧୁ ଲହୁ ଲୁହାଣ ହେଇ ଚିତ୍କାର କରିବାରୁ ଘଟଣା ସ୍ଥଳରୁ ପୁଅ ଫେରାର ହୋଇ ଯାଇଥିଲା।ବାପା ଙ୍କୁ ଆକ୍ରମଣ ହୋଇଥିବା ଖବର ପାଇ ଝିଅ ଲକ୍ଷ୍ମୀ ଦୁରୁଆ(୩୦)ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ବାପାଙ୍କୁ ଉଦ୍ଧାର କରି ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଭର୍ତି କରିଥିଲେ।ପରେ ଚିକିତ୍ସାଧୀନ ଅବସ୍ଥା ରେ ଡାକ୍ତର ସାଧୁ ରାଜଗଣ୍ଡଙ୍କୁ ମୃତ ଘୋଷଣା କରିଥିଲେ।ଏ ନେଇ ଉମରକୋଟ ଥାନାରେ ଏକ ଲିଖିତ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଆଜି ସବ ବ୍ୟବଛେଦ ପରେ ସବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଉମରକୋଟ ପୋଲିସ ୩୪୯/୨୫ କେସ ନମ୍ବର ରେ ମୋକଦ୍ଧମା ରୁଜୁ କରିଛି। ଉମରକୋଟ ଥାନା ଆଇଆଇସି ରମା କାନ୍ତ ସାଏ ଘଟଣା ର ତଦନ୍ତ ଭାର ଗ୍ରହଣ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।