April 28, 2026

ଗୁଣ୍ଡୁଚି ମୂଷା ଶିଶୁ ମେଳାରେ ଝଲସିଲେ ଶିଶୁ ପ୍ରତିଭା

IMG-20251026-WA0109
Share

 

 

ସମ୍ବଲପୁର, ୨୬/୧୦(): ପତଙ୍ଗ ଅନୁଷ୍ଠାନ ପକ୍ଷରୁ ଯୁଯୋମୁରା ବ୍ଲକ୍ ଅନ୍ତର୍ଗତ ନୂଆଁ ବରଙ୍ଗାମାଲ ପଞ୍ଚାୟତର କଳ୍ପା ଗ୍ରାମରେ ଗୁଣ୍ଡୁଚି ମୂଷା ଶିଶୁ ମେଳା ଆୟୋଜିତ ହୋଇ ବିଭିନ୍ନ ପଞ୍ଚାୟତର ଶିଶୁ ପ୍ରତିଭାମାନେ ନିଜ ଦକ୍ଷତା ଓ ସୃଜନଶୀଳତାର କଳା କୌଶଳ ପ୍ରଦର୍ଶନ କରିଥିଲେ । ଉତ୍ସବରେ ନୂଆଁ ବରଙ୍ଗାମାଲ, ଝାଙ୍କରପାଲି, ଘେନୁପାଲି ଓ ବୀରସିଂଗଡ଼ ପଞ୍ଚାୟତର ଶତାଧିକ ଶିଶୁ, କୈଶୋର ଭାଗ ନେଇ ସାମାଜିକ ସଚେତନତାରେ ନିଜର ପ୍ରତିଭା ବାର୍ତ୍ତା ଦେଇଥିଲେ। ଡ଼ଃ ପ୍ରଦୀପ କୁମାର ପଣ୍ଡା ଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ। ଶିଶୁ ମାନଙ୍କ ପ୍ରତିଭା ଅନ୍ୱେଷଣ ପାଇଁ ଏପରି ମେଳା ସେମାନଙ୍କ ସୃଜନଶୀଳତା , ନେତୃତ୍ୱ ଓ ଦାୟିତ୍ଵବୋଧକୁ ଜାଗ୍ରତ କରିଥାଏ ବୋଲି ଡ଼ଃ. ପଣ୍ଡା କହିଥିଲେ। ସମ୍ମାନିତ ଅତିଥି ଭାବେ ମୋତିଲାଲ ଝାଙ୍କର, ମେରୀ ମାଇକେଲ ଯୋଗ ଦେବା ସହିତ ସଂପୃକ୍ତ ପଞ୍ଚାୟତର ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀମାନେ ଯୋଗଦେଇ ଶିଶୁମାନଙ୍କୁ ପ୍ରେରଣା ଦେଇଥିଲେ ।ପତଙ୍ଗ ଅନୁଷ୍ଠାନ ର ଜିଲ୍ଲା କାର୍ଯ୍ୟକ୍ରମ ନିଷ୍ପାଦକ ରତନ ମାଛୋଙ୍କ ପରିଚଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ପତଙ୍ଗ ଅନୁଷ୍ଠାନର ଯୁବ ସ୍ଵେଚ୍ଛାସେବୀ ଉଷା ହର ଧନ୍ୟବାଦ ଜଣାଇଥିଲେ ।

ମେଳାରେ ଶିଶୁ ଅଧିକାର, ହସ୍ତଶିଳ୍ପ, ଚିତ୍ରାଙ୍କନ ଓ ସୃଜନାତ୍ମକ କାର୍ଯ୍ୟ ବିଷୟରେ ବିଭିନ୍ନ ପ୍ରଦର୍ଶନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଶେଷରେ ଅତିଥି ମାନଙ୍କ ଦ୍ୱାରା ସମସ୍ତ ଅଂଶଗ୍ରହଣକାରି ଶିଶୁ ଓ କୈଶୋର ପ୍ରତିଭା ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।