June 13, 2026

ଗଞ୍ଜାମ ଜୀବନ ଜୀବିକା ହୁମ୍ମା ଲବଣ ଚାଷ ଜମିକୁ ପୁଣି କାର୍ଯ୍ୟକ୍ଷମ ପାଇଁ ବୈଠକ

IMG-20251026-WA0103
Share

 

 

 

 

ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଦ ପଂଚାୟତ ଅନ୍ତର୍ଗତ କଣ୍ଟିଆ ଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବାବା ବଟେଶ୍ୱର ପୀଠ ରେ ହୁମା ଅଞ୍ଚଳ ର ଲବଣ ଶ୍ରମିକ ମାନଙ୍କ ଏକ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି l ପୂର୍ବତନ ସରପଞ୍ଚ ଦିଲୀପ ଛୋଟରାୟ ଙ୍କ ସଭାପତିତ୍ୱ ରେ ବୈଠକ ଅନୁଷ୍ଠିତ ହୋଇଥିଲା l ମୁଖ୍ୟତଃ ଭାବେ ଏହି ବୈଠକରେ ବନ୍ଦ ରହିଥିବା ଲୁଣ ଚାଷ ଜମି କୁ ପୁଣି କାର୍ଯ୍ୟକ୍ଷମ କରାଯାଉ ଏବଂଲୁଣ ଉତ୍ପାଦନ ପାଇଁ ଚାଷୀ ଙ୍କୁ ଦିଆଯାଉ l ଲୁଣ ଜମିରେ କୌଣସି କମ୍ପାନୀ କରିବାକୁ ଦିଆଯିବ ନାହିଁ ବୋଲି ଚାଷୀ ମାନେ ବୈଠକ ରେ ମତ ପ୍ରକାଶ କରିଥିଲେ l ଆଗାମୀ ଦିନରେ ପରବର୍ତୀ ବୈଠକ କରାଯାଇ କାର୍ଯ୍ୟପନ୍ଥା ଗ୍ରହଣ କରିଯିବା ନେଇ ନିଷ୍ପତି ହୋଇଥିଲା l ଏହି ବୈଠକ ରେ ବିଭିନ୍ନ ଗ୍ରାମ ନୀଳାଦ୍ରି ପୁର, କଣ୍ଟିଆ ଗଡ଼, ଖଟୁଆ କୁଦା, ମୟୁର ପଦା, ଗୋଖର କୁଦା, ଲଷ୍ମୀପୁର, ହୁମା, ଲବଣ ଚାଷୀମାନଙ୍କ ମଧ୍ୟରେ କୃଷ୍ଣ ଚନ୍ଦ୍ର ରେଡି, ଶିବ ରାମ ରେଡି, ମୁକୁନ୍ଦ ରେଡି, ହରି ରେଡି, ସୁରେନ୍ଦ୍ର ସାହୁ, ତ୍ରିଲୋଚନ ପ୍ରଧାନ, ଭିକାରି ଛଟେଇ, ପବିତ୍ର ସ୍ୱାଇଁ, ରଂଜିତ ପଲାଇ, କାଶୀ ନାଥ ପଲାଇ, ବୃନ୍ଦାବନ ପ୍ରଧାନ, ବିପ୍ର ସାହୁ, ସୁର ସାହୁ, ଗଙ୍ଗାଧର ରେଡି, ଦିବାକର ରେଡି ସମେତ ଅନ୍ୟ ମାନେ ଯୋଗ ଦେଇଥିଲେ l (ପ୍ରଦୀପ କୁମାର ପଣ୍ଡା)

You may have missed