ବୁଗୁଡ଼ା-ଆସ୍କା ମୁଖ୍ଯ ସଡକ ମଝିରେ ବିପଦଜ୍ଜନକ ଖାଲ , ପ୍ରତିକାର ଦାବି

IMG-20251026-WA0024
Share


ବୁଗୁଡ଼ା : ତା ୨୬/୧୦/୨୫ : ବୁଗୁଡ଼ା-ଆସ୍କା ମୁଖ୍ୟ ସଡକର ବାଲିପଦର ଉପକଣ୍ଠସ୍ଥ ପେଟ୍ରୋଲ ପମ୍ପ ନିକଟ ସମ୍ମୁଖ ରାସ୍ତା ମଝିରେ ଥିବା ଦୁଇଟି ବଡ ଖାଲ ଅନେକ ଦୁର୍ଘଟଣାର କାରଣ ପାଲଟିଛି । ବାଲିପଦରଠାରୁ ଆସ୍କା ମଧ୍ୟରେ ଯାତାୟତ ବେଳେ ଏହି ଖାଲ ରାସ୍ତା ନିକଟରେ ସାମନା ପଟୁ ଆସୁଥିବା ଯାନବାହାନଠାରୁ ସୁରକ୍ଷିତ ମଣିବା କଷ୍ଟକର ହୋଇପଡୁଛି। ବିଶେଷକରି ବର୍ଷା କାଳରେ ପାଣି ଭର୍ତ୍ତି ଖାଲର ଗଭୀରତା ଜଣାପଡୁନଥିବାରୁ ଯାତାୟତ କରୁଥିବା ଯାନବାହାନର ଚାଳକମାନେ ଏହି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ତେବେ ସ୍ଥାନୀୟ ପୂର୍ତ୍ତ ବିଭାଗର ଦୃଷ୍ଟି ଆଢୁଆଳରେ ରହିଥିବା ଏହି ବିପଦଜ୍ଜନକ ଖାଲ ଯୋଗୁଁ ସୃଷ୍ଟ ସମସ୍ଯାର ସ୍ଥାୟୀ ପ୍ରତିକାର ନିମନ୍ତେ ସାଧାରଣରେ ଦାବି ହେଉଛି।

You may have missed