April 27, 2026

ଗଜପତି:- ଆଗାମୀ ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା “ମୋନଥା” କୁ ନେଇ ଜିଲ୍ଲାପାଳଙ୍କ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ

IMG-20251026-WA0023
Share

ଆସନ୍ତା କାଲି ୨୮ ତାରିଖ ରେ ଆସୁଥିବା ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା “ମୋନଥା” କୁ ନେଇ ଗଜପତି ଜିଲ୍ଲା ପ୍ରଦାନ ପକ୍ଷରୁ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଙ୍କ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଅଫିସ୍ ଚେମ୍ବରରେ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ସମ୍ଭାବ୍ୟ ବାତ୍ୟା ” ମୋନଥା” ଉପରେ ଅଧିକ ସୂଚନା ଦେଇ କହିଥିଲେ ଯେ , ଆସନ୍ତା କାଲି ୨୮ ତାରିଖରେ ଏହି ବାତ୍ୟା ପଡୋଶୀ ଆନ୍ଧ୍ରର କାକିନାଡ଼ା ଠାରେ ଅବପାତର ରୂପ ନେବ ଏବଂ ଏହାର ବିଶେଷ ପ୍ରଭାବ ଗଜପତି ଜିଲ୍ଲାରେ ଦେଖାଦେବ । ଅନ୍ୟପକ୍ଷରେ ଆଇଏମଡି: ଓ ଏସଆରସି: ପକ୍ଷରୁ ମଧ୍ୟ ଗଜପତି ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଆସିଛି ଯେ , “ମୋନଥା” ର ପ୍ରଭାବ ଗଜପତି ଜିଲ୍ଲାରେ ୩ ଦିନ ଧରି ଦେଖାଦେବା ସମ୍ଭାବନା ରହିଛି , ସେଥିପାଇଁ ଗଜପତି ଜିଲ୍ଲାକୁ ଏହି ୩ ଦିନରେ ଅରେଞ୍ଜ , ରେଡ ଏବଂ ଅରେଞ୍ଜ ସତର୍କ ଦିଆଯାଇଛି ।

ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପ୍ରଶାସନ ଜିଲ୍ଲାର ସମସ୍ତ ପଞ୍ଚାୟତରେ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି , କୌଣସି ଠାରେ ଯଦି ବାତ୍ୟା ପ୍ରଭାବରେ କୌଣସି ପ୍ରକାରର ପରିସ୍ଥିତି ଦେଖାଦିଏ , ତାହେଲେ ସେ ଦିଗରେ ଉଦ୍ଧାର ଓ ସାହାଯ୍ୟ ପାଇଁ ପିଡବ୍ଲ୍ୟୁଡି: ଓ ଆରଡି ବିଭାଗର ମେସିନ ସବୁ ପ୍ରସ୍ତୁତ ରଖାଯାଇଛି ।

ସେହିଭଳି ଯେଉଁ ଲୋକମାନେ ପାହାଡିଆ ଅଞ୍ଚଳ କି ପାହାଡ ଉପରେ କି କଚା ମାଟି ଚାଳ ଛପର କି କୁଡିଆ ଘରେ ରହୁଛନ୍ତି , ସେମାନଙ୍କୁ ଚିହ୍ନଟ କରି ପାଖ ଆଶ୍ରୟ ଓ ସୁରକ୍ଷିତ ସ୍ଥାନକୁ ଆଣି ସେମାନଙ୍କୁ ଶୁଖିଲା ଖାଦ୍ୟ , ପାଣି ଓ ଔଷଧ ଦେବା ବ୍ୟବସ୍ଥା କରାଯାଇଛି ।

ବର୍ତ୍ତମାନ୍ ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ପାଖରେ ଯେଉଁ ସବୁ ସୂଚନା ରହିଛି , ସେଥିରେ ଏହି ବାତ୍ୟା ପ୍ରଭାରେ ଘଡଘଡି ଓ ବଜ୍ରପାତ ସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି , ତେଣୁ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ ଯେ , ଏଭଳି ବର୍ଷା ସମୟରେ କେହି ବାହାରକୁ ନ ବାହାରି ଘର ଭିତରେ ରହିବା ପାଇଁ । ସେଭଳି କୌଣସି ସାଙ୍ଘାତିକ ପରିସ୍ଥିତି ଦେଖାଦେଲେ ତୁରନ୍ତ ଆଶ୍ରୟ ସ୍ଥଳ କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ନଚେତ୍ କଣ୍ଟ୍ରୋଲ ରୁମ୍ କୁ ଜଣାଇ ପ୍ରଶାସନର ସାହାଯ୍ୟ ନେବା ବ୍ୟବସ୍ଥା ମଧ୍ୟ ହୋଇଛି ।

ଗଜପତି ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ବାତ୍ୟାର ସବୁ ପ୍ରକାରର ମୁକାବିଲା କରିବା ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି। ।

ତେଣୁ ସମ୍ଭାବ୍ୟ ପରିସ୍ଥିତ ସମୟରେ ଜିଲ୍ଲା ଓ ବ୍ଲକ୍ ପ୍ରଶାସନର କଥା ଓ କାର୍ଯ୍ୟରେ ଜନସାଧାରଣ ସମ୍ପୂର୍ଣ ଭାବେ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ନିବେଦନ କରିଛନ୍ତି।

——————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

——————————————-