April 28, 2026

ବରିଷ୍ଠ ସାମ୍ବାଦିକ ବିୟୋଗ ରେ ନାଗରିକ କମିଟି ପକ୍ଷରୁ ଶୋକ ସଭାଯୋଗଦେଲେ ଛତ୍ରପୁର ବିଧାୟକ           

IMG-20251024-WA0022
Share

 

 

ଛତ୍ରପୁରତା ୨୪/୧୦/୨୫(ଅରୁଣ କୁମାର ପଣ୍ଡା )ସ୍ଥାନୀୟ ଶିବକୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସର ରେ ଛତ୍ରପୁର ପ୍ରେସ କ୍ଳବର ପୂର୍ବତନ ସାଧାରଣ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପାଢ଼ୀ ଙ୍କ ଅକାଳ ବିୟୋଗରେ ଏକ ଶୋକ ସଭା ଛତ୍ରପୁର ନାଗରିକ କମିଟି ପକ୍ଷରୁ ସଭାପତି ଗୋକୁଳ ଚନ୍ଦ୍ର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବ୍ରହ୍ମପୁର ସାଂସଦ ପ୍ରତିନିଧି ରୁଈନା ପଟ୍ଟନାୟକ, ନାଗରିକକମିଟି ସମ୍ପାଦକ ସୁଧୀର କୁମାର ସାହୁ, ଛତ୍ରପୁର ର ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ଓକିଲ ସଂଘ ର ସଭାପତି ପ୍ରଦୀପ କୁମାର ପାଢ଼ୀ, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀ, ପିଏନୟୁଏ କଲେଜ ର ଅଧ୍ୟକ୍ଷ ଡ଼ଃ ରାଜେନ୍ଦ୍ର ଦାଶ, କ୍ୟୁୟସ ଅନୁଷ୍ଠାନ ର ସମ୍ପାଦକ ଅରୁଣ ଶତପଥି, ୧୦ନଂ ୱାର୍ଡ କାଉନ ସିଲର ଦେବାଶିଷ ମିଶ୍ର, ଛତ୍ରପୁର ପ୍ରେସ କ୍ଳବର ସଭାପତି ସରୋଜ କୁମାର ସାମଲ, ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଉପଦେଷ୍ଟା ବି. ଶ୍ରୀନିବାସ, ଆଇନଜୀବି ଡ଼ଃ ପ୍ରଶାନ୍ତ କୁମାର ଶତପଥି, ପ୍ରାଧ୍ୟାପକ ଭି. ରାଜେନ୍ଦ୍ର ରାଜୁ, ସିପିଆଇ ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦିନାରାୟଣ ରେଡ୍ଡୀ, ଶ୍ରମିକ ନେତା ଶଙ୍କର ପ୍ରସାଦ ଦାଶ, ଋଷିକୂଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ,ପୂର୍ବତନ ସମିତି ସଭ୍ୟ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ, ପୂର୍ବତନ କାଉନସିଲର ବି. ରାଜୁବାବୁ, ଯୁବନେତା ଅଟଳ ବିହାରୀ ପଟ୍ଟନାୟକ, ରିକପଲ୍ଲୀ ବ୍ୟବସାୟୀ ସଂଘ ର ସଭାପତି ଲକ୍ଷ୍ମୀଚରଣ ପଣ୍ଡା, ଶିକ୍ଷାବିତ ସୋମନାଥ ସାହୁ, କାଳୁ ଚରଣ ତ୍ରିପାଠୀ, ଶିକ୍ଷକ ଅଜିତ କୁମାର ସେଠି, ମନ୍ମଥ ପାଢ଼ୀ, ଶତ୍ରୁଘନ ମହାଙ୍କୁଡ, ଦିଲେଶ୍ଵର ରେଡ୍ଡୀ, ଯୁବନେତା ବନୋଜ କୁମାର ନାହାକ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସାମ୍ବାଦିକ ମାନେ ଯୋଗଦେଇ ସ୍ବର୍ଗତ ପାଢ଼ୀ ଙ୍କ ସ୍ମୁତି ଚାରଣ କରିଥିଲେ, ପ୍ରାରମ୍ଭ ରେ ତାଙ୍କର ଅମର ଆତ୍ମା ର ସତଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ, ଏହା ସହ ତାଙ୍କର ଫୋଟ ଚିତ୍ର ରେ ସମସ୍ତେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ, ଶେଷରେ ନାଗରିକ କମିଟି ସମ୍ପାଦକ ସୁଧୀର କୁମାର ସାହୁ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ

You may have missed