ଜୟପୁର ଠାରେ ଓଡ଼ିଶା ସମବାୟ ନୀତି ୨୦୨୫ ଆଞ୍ଚଳିକ କର୍ମଶାଳା ଅନୁଷ୍ଠିତ …
କୋରାପୁଟ(ହରିଶ କୁମାର ପଟ୍ଟନାୟକ)କୋରାପୁଟ ଜିଲ୍ଲା ଜୟପୁର ଓଡ଼ିଶା ସମବାୟ ନୀତି ୨୦୨୫ ଆଞ୍ଚଳିକ କର୍ମଶାଳା ଜୟପୁର ଠାରେ ଅନୁଷ୍ଠିତ ହୋଇଥିଲା।ଏହି କର୍ମଶାଳାରେ କୋରାପୁଟ,ରାୟଗଡା, ମାଲକାନଗିରି,ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାର ସମବାୟ ଵିଭାଜନ ମାନେ ଅଂଶ ଗ୍ରହଣ କରିଥିଲେ।ମୁଖ୍ୟ ଅତିଥି ରୂପେ କୋରାପୁଟ ଜିଲ୍ଲାପାଳ ମୋନଜ ସତ୍ୟବାନ ମହାଜନ,କୋରାପୁଟ ବିଧାୟକ ରଘୁରାମ ମାଛ, ଭବାନୀପାଟଣା ସିସିବି ସଭାପତି ଗିରିଶ ବେହେରା,କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ,ଗୋପବନ୍ଧୁ ଶତପଥୀ,ଡ୍ରାଫ୍ଟ କମିଟି ସଦସ୍ୟ ଏବଂ ପ୍ରଫେସର ହରେକୃଷ୍ଣ ମିଶ୍ର,ଡିଆରସିଏସ ମୋନିକା ରାୟ, କୋରାପୁଟ ସଂଗ୍ରାମ କେଶରୀ ରାଉତ ଜୟଣ୍ଟ ସେକ୍ରେଟାରୀ ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ।ଭାରତ ସ୍ଵାଧୀନତା ପରେ ରାଷ୍ଟ୍ରରେ ଏକ ସମବାୟ ବିଭାଗ ଖୋଲା ଯାଇଛି ଏହି ପରିପ୍ରେକ୍ଷୀରେ ପୁରୁଣା ସମବାୟ ନୀତିରେ ପରିବର୍ତ୍ତନ କରିବା ପାଇଁ ରାଷ୍ଟ୍ରରେ କେବଳ ଓଡ଼ିଶା ରାଜ୍ୟ ପ୍ରଥମେ ନିଜ ରାଜ୍ୟରେ ଏକ ନୂତନ ସମବାୟ ନୀତି ପ୍ରଣୟନ କରିବା ପାଇଁ ଏକ ଡ୍ରାଫ୍ଟ କମିଟି ଗଠନ କରି ସାରା ରାଜ୍ୟରୁ ନୂତନ ନୀତି ପ୍ରଣୟନ କରିବାକୁ ସମବାୟବିତ ମାନଙ୍କ ଠାରୁ ପ୍ରସ୍ତାବ ଗୁଡ଼ିକ ଦେବାକୁ ଆହ୍ୱାନ କରିଛନ୍ତି ଏବଂ ଏହି କର୍ମଶାଳାରେ ନୂତନ ସମବାୟ ନୀତିରେ ସାମିଲ କରିବାକୁ ପ୍ରସ୍ତାବ ଗୁଡ଼ିକ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ରାଧା ବିନୋଦ ସାମନ୍ତରାୟ,ଇନ୍ଦିରା ନନ୍ଦ,ବୀରେନ ମୋହନ ପଟ୍ଟନାୟକ,ରମାକାନ୍ତ ରାଉଳ,ଝାଡେଶ୍ୱର ଖାଡଙ୍ଗା,ମିଟୁ ପାତ୍ର,ଅରୁଣ ଭଟ୍ଟମିଶ୍ର,ବିପଦ ଭଂଜନ ଦାସ,କର୍ପୁର ହେନ୍ତାଳ, ଚିତ୍ତରଞ୍ଜନ ପ୍ରଧାନ,ଅମରଲାଲ ଆହୁଜା,ସୁକାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତ୍ତ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଏଆରସିଏସ ଶିଶିର ଦାସ ଏବଂ ଡିଆରସିଏସ କର୍ମଚାରୀ ମାନେ ଆୟୋଜନରେ ସହଯୋଗ କରିଥିଲେ।
