ଟ୍ରାଫିକ ସମସ୍ୟା ସମାଧାନ ପାଇଁ ନୂତନ ରାସ୍ତା ନିର୍ମାଣ

ଗଞ୍ଜାମ, =ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ଜିଲ୍ଲାରେ ଅବସ୍ତିତ ବାବା ବଟେଶ୍ଵର ଶୈବ ପୀଠ ସବୁପିଠ ଠାରୁ ଅନ୍ୟତମ ମନ୍ଦିରର କାରୁକାର୍ଯ୍ୟ, ଦକ୍ଷିଣରେ ବଙ୍ଗୋପସାଗର , ପଶ୍ଚିମ ରେ ଜଙ୍ଗଲ , ଯୋଗୁଁ ବଟେଶ୍ୱର ପୀଠ କୁ ପର୍ଯ୍ୟଟକ ଙ୍କ ଭିଡ଼ ପ୍ରବଳ ହୋଇଥାଏ l ବିଶେଷ କରି କାର୍ତିକ ମାସ ସୋମବାର ପୂର୍ଣମୀ ରେ ଯାତ୍ରା ପାଇଁ ପ୍ରବଳ ଭିଡ଼ ହୋଇଥାଏ l ସେହି ଭିଡ଼ କୁ ଦୃଷ୍ଟି ରେ ରଖି ସଙ୍କୋଚନ ରାସ୍ତା ପ୍ରସାରଣ କରିବାପାଇଁ ବାରମ୍ବାର ପୀଠର କମିଟି ପ୍ରଶାସନ ଙ୍କୁ ଗୁହାରି କଳା ପରେ ମଧ୍ୟ କୌଣସି ସଫଳ ହୋଇନଥିଲା ।ବଟେଶ୍ୱର ଐତିହ ସଂରକ୍ଷଣ କମିଟି ପକ୍ଷରୁ ୬ ଖଣ୍ଡ ଗ୍ରାମର ସହାୟତା ରେ ଏକ 40 ଫୁଟ ଚଉଡ଼ା ରାସ୍ତା କଣ୍ଟିଆ ଗଡ଼ ସ୍ମଶାନ ଠାରୁ ପାର୍କିଂ ସ୍ଥଳ ପର୍ଯ୍ୟନ୍ତ କରାଗଲା l ଯାହା ଫଳରେ ଆସୁଥିବା ଭକ୍ତ ମାନେ ନୂତନ ରାସ୍ତାରେ ମନ୍ଦିର ର କୁ ଯିବେ ଏବଂ ପୁରୁଣା ରାସ୍ତାରେ ଦର୍ଶନ ସାରି ଫରିବେ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି l ଫଳରେ ଏହାକୁ ନେଇ ପୂର୍ଵ ରୁ ଯେଉଁ ଅସୁବିଧା ସୃଷ୍ଟି ହେଉଥିଲା ଟ୍ରାଫିକ ପାଇଁ ତାହା ଆଉ ହେବା ନାହିଁ l ନୂତନ ରାସ୍ତା କୁ ଆସୁଥିବା ଭକ୍ତ ଙ୍କ ମଧ୍ୟ୍ୟରେ ଖୁସି ର ଲହରୀ ଦେଖିବାକୁ ମିଳିଛି l ଏହି ରାସ୍ତା ପାଇଁ କଣ୍ଟିଆ ଗଡ଼, ନୀଳାଦ୍ରି ପୁର, ଖଟୁଆ କୁଦା, ମୟୁର ପଦା, ପୋଡ଼ମା ପେଟା, ଗୋଖର କୁଦା ଗ୍ରାମବାସୀ ଙ୍କ ସହଯୋଗ ରେ ହୋଇଚି l
