April 28, 2026

ଉତ୍କଳ ବାଳାଶ୍ରମ ର ଶିଶୁଙ୍କ ସହ ଦିପାବଳୀ ପାଳିଲେ ଗଜପତି ଜିଲ୍ଲାପାଳ ମଧୁମିତା..

IMG-20251020-WA0028
Share

ଗଜପତି(ଲମ୍ବୋଦର ସାହୁ)ଆଲୋକର ଏହି ପର୍ବ ଦିପାବଳୀ ଅବସରରେ ଗଜପତି ଜିଲ୍ଲାପାଳ ଶ୍ରୀମତି ମଧୁମିତା ଉତ୍କଳ ବାଳାଶ୍ରମ ପରିଦର୍ଶନ କରିବା ସହ ଅନୁଷ୍ଠାନର ଶିଶୁ ମାନଙ୍କ ସହ ଦିପାବଳି ପାଳନ କରିଛନ୍ତି।

ପ୍ରଥମେ ଜିଲ୍ଲାପାଳ ବାଳାଶ୍ରମରେ ପହଞ୍ଚି ପିଲା ମାନଙ୍କ ଭଲମନ୍ଦ ବୁଝିବା ସହ ଅନୁଷ୍ଠାନର ବିଭିନ୍ନ କକ୍ଷ ପରିଦର୍ଶନ କରି ତଦାରଖ କରିଥିଲେ।ଉକ୍ତ ଆଶ୍ରମରେ ୫୦ ଜଣ ଝିଅ ରହୁଥିବା ବେଳେ ୨୬ ଜଣ ପୁଅ ରହୁଛନ୍ତି।

ପରେ ଶିଶୁ ମାନଙ୍କ ଗହଣରେ ରହି ସେମାନଙ୍କ ନାଚ ଗୀତ ଦେଖିଥିଲେ ଏବଂ ମିଷ୍ଠାନ ଖୁଆଇ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ପିଲାଙ୍କ ସହ ମିଶି ବାଣ ଫୁଟାଇଥଲେ।ଜିଲ୍ଲାପାଳଙ୍କ ସହ ଦିପାବଳୀ ପାଳନ କରି ଶିଶୁ ମାନେ ବେଶ୍ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ,ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଡ଼ମ୍ବରୁ ଧର ବଳବନ୍ତ ଏବଂ ଉତ୍କଳ ବାଳାଶ୍ରମ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।