କାଶୀପୁର ଥାନା କାର୍ଯ୍ୟରତ ଏସଆଇ ପ୍ରସନ୍ନ ସ୍ୱାଇଁ ଙ୍କୁ ଆଇ ଆଇ ସି ଭାବେ ପଦନ୍ନତି ହେଇଯାଇଛି।
କାଶୀପୁର,୧୮/୧୦ ରାୟଗଡା ଜିଲ୍ଲା ପୋଲିସ ବିଭାଗ ଅନ୍ତର୍ଗତ କାଶୀପୁର ଥାନା ରେ କାର୍ଯ୍ୟରତ ଏସ ଆଇ ପ୍ରସନ୍ନ କୁମାର ସ୍ୱାଇଁ ଙ୍କୁ ପଦନ୍ନତି ହେଇଥିବା ବେଳେ ଜିଲ୍ଲା ସଦର କୁ ଯୋଗ ଦେବା କୁ ନିର୍ଦ୍ଧେଶ ହେଇଥିବା ବର୍ତ୍ତମାନ ଜଣାପଡିଛି ।
ସୂଚନା ପ୍ରକାରେ ଚଳିତ ମାସ ୧୦ ତାରିଖରେ ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ହେଇଥିବା ବିଜ୍ଞପ୍ତି ପ୍ରକାରେ କାଶୀପୁର ବ୍ଲକ ରେ ଥିବା ଚାରିଗୋଟି ଥାନା ମଧ୍ୟରୁ ୩ ଜଣଙ୍କୁ ପଦନ୍ନତି ହେଇଥିବା ପ୍ରକାଶ ପାଇଥିବା ବେଳେ ଟିକିରି ଥାନା ରେ କାର୍ଯ୍ୟରତ ଦୁଇଜଣ ଏସ ଆଇ ଏବଂ କାଶୀପୁର ଥାନା ରେ କାର୍ଯ୍ୟରତ ଏସ ଆଇ ପ୍ରସନ୍ନ କୁମାର ସ୍ୱାଇଁ ଙ୍କର ନାମ ରହିଛି ।
ଏସ ଆଇ ପ୍ରସନ୍ନ କୁ ସ୍ୱାଇଁ ୨୦୧୭ ମସିହାରେ ପୋଲିସ ଏସ ଆଇ ଭାବେ ଯୋଗ ଦେଇଥିଲେ । ପ୍ରଥମ କାର୍ଯ୍ୟ କ୍ଷେତ୍ର ଓଡ଼ିଶାର ମୟୂରଭଞ୍ଜ ଓ ପରବର୍ତ୍ତୀ ସମୟରେ ସମ୍ବଲପୁର ରେ ଦାଇତ୍ୱ ତୁଲେଇଥିବାବେଳେ ୨ ବର୍ଷ ୩ ମାସ ହେବ ସେ କାଶୀପୁର ଥାନା ରେ କାର୍ଯ୍ୟରତ ଅଛନ୍ତି । ଏଠାରେ ତାଙ୍କର ନିଃସ୍ୱାର୍ଥପର କାର୍ଯ୍ୟ ଦକ୍ଷତା ଓ ଅତୁଳନୀୟ ସାଇବର କ୍ରାଇମ ସେବା ରେ ସଫଳତା ର ପ୍ରସଂସା ସାଉଁଟିଛନ୍ତି । ପଦନ୍ନତି ପ୍ରକାଶ ପରେ ତାଙ୍କୁ ଜିଲ୍ଲା ମୁଖ୍ୟାଳୟ କୁ ଯୋଗ ଦେବାକୁ ନିର୍ଦ୍ଧେଶ ହେଇଥିବାବେଳେ ତାଙ୍କ ଭଳି ଜଣେ ଦକ୍ଷ ଅଧିକାରୀ ଙ୍କର ଅନୁପସ୍ଥିତି ଏବେ ଅଞ୍ଚଳ ବାସୀଙ୍କୁ ଚିନ୍ତାରେ ପକେଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚା ଧରିଛି । ତୁରନ୍ତ ପଦପୁରଣ ପୁଣି ଅନ୍ୟ ଏକ ଦକ୍ଷ ଅଧିକାରୀଙ୍କୁ ଅବସ୍ଥାନ ପାଇଁ ଜନସାଧାରଣ ରେ ଦାବି ହେଉଛି ।ରାୟଗଡା ରୁ ରାବିରାଜ ବୈଦ୍ୟଙ୍କ ରିପୋର୍ଟ
