ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପାଠଚକ୍ର

ବୁଗୁଡ଼ା : ତା ୧୮/୧୦/୨୫ : ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଶୀର୍ଷକ “ଇ-ଗଭର୍ଣ୍ଣାସ୍ ଏଜ୍ ଏ ପାଥଓ୍ବେ ଟୁ ଗୁଡ୍ ଗଭର୍ଣ୍ଣାସ୍ : ଅପରଚ୍ଯୁନିଟ୍ସ ଏଣ୍ଡ୍ ଚ୍ଯାଲେଞ୍ଜସ୍ ଇନ୍ କନଟେମ୍ପୋରାରି ଇଣ୍ଡିଆ” ସମ୍ପର୍କେ ଏକ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ସମ୍ମିଳନୀ କକ୍ଷରେ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଶରଣକୁଳ କଲେଜର ରାଜନୀତି ବିଜ୍ଞାନ ଅଧ୍ଯାପକ ଅନ୍ତର୍ଯ୍ୟାମୀ ପରିଡା ଯୋଗଦାନ କରିଥିବା ବେଳେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଅଧ୍ୟାପକ ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଛାତ୍ରୀ ପୂଜା ଗୌଡ ଓ ରେଶମା ସେଠୀ ପାଠଚକ୍ରର ସନ୍ଦର୍ଭ ପାଠ କରିଥିଲେ। ଏ ଅବସରରେ ସୁଶାସନର ଏକ ପଥ ଭାବେ ଇ-ଗଭର୍ଣ୍ଣାସକୁ ବିବେଚନା କରାଯାଉଥିବା ବେଳେ ସମସାମୟିକ ଭାରତରେ ଏ ଦିଗରେ ରହିଥିବା ସୁଯୋଗ ଏବଂ ଆହ୍ବାନ ସମ୍ପର୍କେ ମୁଖ୍ୟ ବକ୍ତାଙ୍କ ଦ୍ବାରା ଆଲୋକପାତ କରାଯାଇଥିଲା। ଏଥି ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାଳରେ ପାଠଚକ୍ରର ବିଷୟବସ୍ତୁ ଉପରେ ବ୍ଯାପକ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପରିଶେଷରେ ସେମିନାର ସେକ୍ରେଟାରୀ ସୁମିତ ପରିଡା ଧନ୍ଯବାଦ ଅର୍ପଣ କରିଥିଲେ।
