ହାତୀଙ୍କ ସୁରକ୍ଷା ଓ ହାତୀ ଉପଦ୍ରବରୁ ରକ୍ଷା ପାଇବା ପାଇଁ ତାଲିମ ଶିବିର
ବୁଗୁଡ଼ା :ତା ୧୮/୧୦/୨୫ : ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବାଘୁଆ ନର୍ସରୀ ପରିସରରେ ହତୀଙ୍କ ସୁରକ୍ଷା ଏବଂ ହାତୀ ଉପଦ୍ରବରୁ ରକ୍ଷା ପାଇବା ପାଇଁ ଗଜ ସାଥି ଓ ବନ ସୁରକ୍ଷା ସମିତିର କର୍ମକର୍ତ୍ତାଗଣଙ୍କ ସକାଶେ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଗୁଡ଼ା ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ ଶିବିରରେ ଆଠଟି ବନ ସୁରକ୍ଷା ସମିତିର କର୍ମକର୍ତ୍ତାଗଣ ଓ ଚାଳିଶି ଜଣ ଗଜ ସାଥି ଯୋଗଦେଇ ଥିଲେ। ବନାଞ୍ଚଳ ଅଧିକାରୀଙ୍କ ସମେତ ବନପାଳ କ୍ଷୀରୋଦ କୁମାର ଗୌଡ, ସୁନିତା ପାତ୍ର, ସୁକାନ୍ତ କୁମାର ପଟ୍ଟନାୟକ ଜଙ୍ଗଲରେ ହାତୀଙ୍କ ସୁରକ୍ଷା ଓ ଜଙ୍ଗଲ ଆଖପାଖ ଅଞ୍ଚଳରେ ହାତୀଙ୍କ ଉପଦ୍ରବରୁ ଲୋକଙ୍କୁ କିପରି ସୁରକ୍ଷା ଦିଆଯିବ ସେ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରି ଶିବିରାର୍ଥୀଙ୍କୁ ସଚେତନ କରିଥିଲେ।
