ଚେଳିତୋଳ ବାଲିଯାତ୍ରା ପ୍ରଥମ ପ୍ରସ୍ତୁତି ବୈଠକ, ଯେତିକି ନୈରାଶ୍ୟଜନକ ସେତିକି ହାସ୍ୟାସ୍ପଦ ..

ଚେଳିତୋଳ ବାଲିଯାତ୍ରା ୨୦୨୫ ପାଳନ ଉପଲକ୍ଷେ ଗତ ମଙ୍ଗଳବାର ଦିନ ମଧ୍ୟାହ୍ନରେ ତିର୍ତ୍ତୋଲ ବିଧାୟକ ତଥା ବାଲିଯାତ୍ରା କମିଟି ର ସଭାପତି ଡଃ ରମାକାନ୍ତ ଭୋଇ ଙ୍କ ଆହ୍ଵାନ କ୍ରମେ, ପ୍ରଥମ ପ୍ରସ୍ତୁତି ବୈଠକ ତିର୍ତ୍ତୋଲ ସରଣିବଜାର ସ୍ଥିତ ଆନନ୍ଦମଣ୍ଡପ ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ଡଃ ଭୋଇ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକ, ଘରେ ନ ପଶୁଣୁ ଚାଳ ବାଜିଲାଣି ର ଅବସ୍ଥା ଦେଖିବାକୁ ମିଳିଥିଲା । ଦିନ ଦଶଟା ବେଳକୁ ଡକl ଯାଇଥିବା ବୈଠକ ମଧ୍ୟାହ୍ନ ୧୨ ଟା ବେଳେ ଆରମ୍ଭ ହୋଇଥିଲା । ବିଶେଷ କରି ବାଲିଯାତ୍ରା ଆରମ୍ଭ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଯେଉଁ ଗଣମାଧ୍ୟମ ର ପ୍ରତିନିଧି ଏହାର ପ୍ରଚାର ପ୍ରସାର ସହିତ ସମସ୍ତ କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଓ ସଫଳ କରିବାପାଇଁ ସକ୍ରିୟ ସହଯୋଗ କରିଥାନ୍ତି, ସେମାନଙ୍କୁ ଏହି ବୈଠକକୁ ଆମନ୍ତ୍ରଣ କରାଯାଇ ନାହିଁ । ବିଶେଷ କରି ଏହି ବାଲିଯାତ୍ରା ର ପ୍ରାଣ ପ୍ରତିଷ୍ଠାତା ସାଂସଦ ଦେବାଶିଷ ସାମନ୍ତରାୟ, ପୁର୍ବତନ ବିଧାୟକ ତଥା ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ପୂର୍ବତନ ବିଧାୟକ ଚିରଞ୍ଜିବି ବିଶ୍ବାଳ, ଜିଲ୍ଲାର ଏକମାତ୍ର ମନ୍ତ୍ରୀ ସମ୍ପଦ ସ୍ୱାଇଁ, ସାଂସଦ ବିଭୂପ୍ରସାଦ ତରାଇଙ୍କ ଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ,ଉପଦେଷ୍ଟା ଓ ପୃଷ୍ଠପୋଷକ ମାନଙ୍କ ସମେତ କୌଣସି ସରକାରୀ ବିଭାଗୀୟ ଅଧିକାରୀ ମାନଙ୍କୁ ମଧ୍ୟ ଏହି ବୈଠକରେ ଦେଖିବାକୁ ମିଳିନଥିଲା । କେବଳ ବୈଠକ ସରିବା ପରେ ତିର୍ତ୍ତୋଲ ତହସିଲଦାର ମହେଶ୍ବର ବେହେରା, ଏଠାରେ ପହଞ୍ଚିଥିଲେ । ବିଧାୟକ ଙ୍କ ମନମାନି ଓ ଏକଚାଟିଆ ନୀତି ଯୋଗୁଁ ବିଗତ ବର୍ଷ ମଧ୍ୟ କମିଟି ସଦସ୍ୟ ମାନଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ଦେବାଶିଷ ସାମନ୍ତରାୟ ଙ୍କ ମଧ୍ୟସ୍ଥତା ରେ ତାର ସମାଧାନ ହୋଇଥଲା । ବାଲିଯାତ୍ରା କୁ ଦଳ ମତ ନିର୍ବିଶେଷରେ ସାର୍ବଜନୀନ ଭାବେ ପୁର୍ବରୁ ପାଳିତ ହୋଇ ଆସୁଥିବା ବେଳେ, ବିଗତ କିଛି ବର୍ଷ ଧରି ଏହାକୁ ଦଳୀୟ ଭିତ୍ତିରେ ପାଳନ କରାଯାଉଥିବାରୁ, ସ୍ଥାନୀୟ ଅଞ୍ଚଳର ସଂସ୍କୃତି ପ୍ରେମୀ ମାନଙ୍କ ମଧ୍ୟରେ ଘୋର ଉଦବେଗ ପ୍ରକାଶ ପାଇଛି । ତେବେ ଏହି ପ୍ରସ୍ତୁତି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡ଼ିର ବରିଷ୍ଠ ଉପସଭାପତି ଅଶ୍ଵିନୀ ଦାସ, ଜିଲ୍ଲାପରିଷଦ ରଞ୍ଜିତା ସିଂହ, ତିର୍ତ୍ତୋଲ ସମିତି ସଭ୍ୟ ପ୍ରବୀର ରାୟ , ଗୋପାଳ ପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ଵାଇଁ, ସମିତି ସଭ୍ୟl ବିଷ୍ଣୁପ୍ରିୟା ପ୍ରଧାନ,କନିମୂଳ ସମିତିସଭ୍ୟ ବସନ୍ତ କୁମାର ମହାପାତ୍ର , ତପନ କୁମାର ମହାନ୍ତି, ସୁବ୍ରତ ଦାଶ, ଚିତ୍ତରଞ୍ଜନ ରଥ , ଛାତ୍ରନେତା ଦେବୀ ପ୍ରସାଦ ମହାପାତ୍ର , ପାଲାଗାୟକ ଶିଶିର କୁମାର ପଣ୍ଡା, ଯୁବନେତା ନିହାର କୁମାର ମହାନ୍ତି ଓ ଶ୍ରୀନିବାସ ଦାଶ ପ୍ରମୁଖ ଏହି ଆଲୋଚନା ରେ ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ । ତେବେ ଅଧିକାଂଶ ପଞ୍ଚାୟତ ର ଜନପ୍ରତିନିଧି ମାନେ ଏହି ପ୍ରସ୍ତୁତି ବୈଠକ ରେ ଯୋଗ ଦେଇ ନଥିବାରୁ , ଦ୍ଵିତୀୟ ପ୍ରସ୍ତୁତି ବୈଠକ ରେ ସମସ୍ତଙ୍କୁ ଡକl ଯିବ ବୋଲି ବିଧାୟକ କହିଥିଲେ । ସମସ୍ତଙ୍କୁ ନେଇ ଆମେ ବାଲିଯାତ୍ରା ମହୋତ୍ସବ ପାଳନ କରିବା ବୋଲି ବିଧାୟକ ସବୁବେଳେ କହି ଆସୁଥିବା ବେଳେ , ମୁଷ୍ଟିମେୟ ସମର୍ଥକ ନେଇ କାର୍ଯକ୍ରମ କରି ଚାଲି ଥିବାରୁ, ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଦେଖିବାକୁ ବାକି ରହିଲା ଚଳିତ ବର୍ଷ ବାଲିଯାତ୍ରା କେତେ ସୁରୁଖୁରୁ ରେ ଓ ଧୁମଧାମ ରେ ପାଳନ ହୋଇ ପାରୁଛି ତ ?ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ ।
