April 29, 2026

କାଠଡେରା ମାଉସୀ ମାଁ ମଣ୍ଡପରେ ପଟ୍ଟାବଣ୍ଟନ

IMG-20251014-WA0061
Share

 

 

ଅତାବିରା,

 

ଅତାବିରା ବ୍ଲକ ଅଧିନ ହିର୍ଲିପାଲି ପଂଚାୟତ କାଠଡେରା ମାଉସୀ ମାଁ ମଣ୍ଡପରେ ହିର୍ଲିପାଲି ପଂଚାୟତର ହିର୍ଲିପାଲି,ଭୋଇଟିକ୍ରା,ଡୁମେରପାଲି ଓ ବାଗବାହାଲ ଗ୍ରାମର ଭୂମିହିନ ପରିବାର ବର୍ଗଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବସୁନ୍ଧରା ଯୋଜନାରେ ପଟ୍ଟା ବଣ୍ଟନ କରାଯାଇଛି |ରାଜ୍ୟ ସରକାର ତରଫରୁ ଉକ୍ତ ଭୂମିହିନ ହିତାଧିକାରୀଙ୍କୁ ୨ ଡିସିମିଲ ଲେଖାଏ ଜମି ପଟ୍ଟା ବଣ୍ଟନ କରିବା ଦ୍ବାର ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ନିର୍ମାଣ କରିପାରିବେ |ସମିତି ସମିତି ସଭ୍ୟ ବିଦ୍ୟାଧର ପ୍ରଧାନଙ୍କ ପ୍ରଚେଷ୍ଟାରେ ଭୂମିହିନ ପରିବାର ବର୍ଗ ଦୀର୍ଘଦିନ ପରେ ପଟ୍ଟା ପାଇବାରୁ ସେମାନେ ବିଦ୍ୟାଧର ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି |ଏହି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତାବିରା ତହସିଲଦାର କେ ରିଚି କୁମାର,ସମ୍ମାନୀତ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ୍ବର ଶତପଥି,ହିର୍ଲିପାଲି ଗ୍ରାମ ପଂଚାୟତର ସମିତିସଭ୍ୟ ବିଦ୍ୟାଧର ପ୍ରଧାନ,ସରପଂଚ କବିତା ସାହୁ,ସାଂସଦ ପ୍ରତିନିଧି ସୁରେନ୍ଦ୍ର ସ୍ବାଇଁ,କାଠଡେରା ମଣ୍ଡଲ ସଭାପତି ପୁଷ୍ଫକ ଗାଇଗରିଆ ,ବିଜେପି ନେତ୍ରୀ ଅର୍ଚ୍ଚନା ବାଗ ପ୍ରମୁଖ |ସର୍ବମୋଟ ୩୫ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା |

You may have missed