June 13, 2026

ଉମରକୋଟ ବ୍ଲକ ଅନ୍ତର୍ଗତ ଖାଣ୍ଡା ଗ୍ରାମ ର ଓଏଏସ ରଶ୍ମି ରଞ୍ଜନ ପୁଜାରୀ ଙ୍କୁ ମନ୍ତ୍ରୀ ଓ ସାଂସଦ ଙ୍କ ପକ୍ଷରୁ ଭବ୍ୟ ସମର୍ଦ୍ଧନ…..

IMG-20251005-WA0009
Share

 

 

ଉମରକୋଟ:-(ଏମ୍.ଦୀନା°ଶୂ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ଖ।ଣ୍ଡ। ଗ୍ରାମର ନିକଟରେ ଓଏଏସ ପାଇଥିବା ଯୁବକ ରଶ୍ମୀ ରଞ୍ଜନ ପୁଜାରୀଙ୍କୁ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟ।ନନ୍ଦ ଗଣ୍ଡ ଓ ସାଂସଦ ଶ୍ରୀ ବଳଭଦ୍ର ମାଝୀ ଭବ୍ୟ ସମ୍ବର୍ଧନା ଜ୍ଞାପନ କରିଛନ୍ତି। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ପେଣ୍ଡ୍ର।ଣୀ ମହାବିଦ୍ୟାଳୟ ର ଅଡିଟରିୟମ ହଲ ଠାରେ ଅନୁଷ୍ଠିତ ଶତ ବାର୍ଷିକ ଉତ୍ସବ ପାଳନ ଅବସରରେ ମନ୍ତ୍ରୀ ଓ ସାଂସଦ ରଶ୍ମୀଙ୍କୁ ସମ୍ବର୍ଧନା ଜ୍ଞାପନ କରିଥିଲେ। ଏହି ଅବସରରେ ରଶ୍ମୀଙ୍କ ବାପା ଜଳ ଧର ପୁଜାରୀ ଓ ମା କୁନ୍ତୀ ପୁଜାରୀ ମଧ୍ୟ ଉପସ୍ଥିତ ଥିଲେ। ଉଲ୍ଲେଖ ଯୋଗ୍ୟ ଏହି କି ଯେ ରଶ୍ମି ଉମରକୋଟ ଶିଶୁ ମନ୍ଦିରରେ ପାଠ ପଡ଼ିଥିବା ସହ ଛାତ୍ର ଜୀବନରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜଣେ ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ଏହି ଅବସରରେ ରାଜ୍ୟ ବିଜେପି ସଂପାଦକ ରମେଶ ଚନ୍ଦ୍ର ସାହୁ, ମନ୍ତ୍ରୀ ପ୍ରତିନିଧି ଅଶୋକ କୁମାର ପାଢ଼ୀ ସାଂସଦ ପ୍ରତିନିଧି ରାମ ନାୟକଙ୍କ ସମେତ ଶତାଧିକ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସଦସ୍ୟ ମାନେ ଉପସ୍ଥିତ ଥିଲେ।

You may have missed