ପୁରୀ ଦୁର୍ଗାପୂଜା ରେ ନାଗା ପୂଜା ଏକ ବିଶେଷ ଆକର୍ଷଣ ହୋଉଥିବାବେଳେ ବିସର୍ଜନ ପାଇଁ କୃତିମ ପୋଖରୀ ପାଇଁ ଭକ୍ତଙ୍କ ମନରେ ପ୍ରବଳ ଅସନ୍ତୋଷ l

ପବିତ୍ର ଦୁର୍ଗାପୂଜା ଉପଲକ୍ଷେ କେବଳ ପୁରୀଜିଲ୍ଲା ନୁହେଁ ସାରା ଭାରତ ବର୍ଷ ରେ ଷଷ୍ଟି ପୂଜାଠାରୁ ମୂର୍ତ୍ତି ନିମନ୍ତେ କିଳା ପୂଜା ଆରମ୍ଭ ହୋଇଥାଏ l କିନ୍ତୁ ପୁରୀ ସହରରେ ଦୁର୍ଗାଙ୍କ ମୂର୍ତ୍ତି ସହିତ ନାଗାପୂଜା ପାଇଁ କିଳା ପୂଜାହୋଇ ମାଟି ଲଦା ଯାଇଥାଏ ପୁରୀ ସହରରେ ନାଗାପୂଜା ଏକ ପୁରୁଣା ପରମ୍ପରା l ସାରା ଓଡିଶା ରେ ବିଭିନ୍ନ ଜାଗାରେ ଭଷାଣି ଉତ୍ସବ ପାଳନ କରାଯାଉଥିବା ବେଳେ ପୁରୀରେ ଗୋଶାଣୀ ଯାତ୍ରା କୁହାଯାଏ l କାରଣ ଦଶହରା ଦିନ ହିଁ ଦେବୀମାନେ ବିସର୍ଜନ ନେଇଥାନ୍ତି l ସିଂହଦ୍ୱାର ନିକଟରେ ଯେଉଁ ଯାତ୍ରା ହୁଏ ତାହା ହେଉଛି ଗୋଶାଣୀ ଯାତ୍ରା l ଏହି ଯାତ୍ରାରେ ଗୋଶାଣୀ ମାନଙ୍କ ସହିତ କୋଡିଏ ରୁ ଉର୍ଦ୍ଧ ନାଗା ଏବଂ ପଚାଶ ରୁ ଉର୍ଦ୍ଧ ଗୋଶାଣୀ ଏବଂ ବିଭିନ୍ନ ସାହିର ବିଭିନ୍ନ ଦେବଦେବୀ ସିଂହଦ୍ୱାର ନିକଟରେ ରୂଣ୍ଢ ହୁଅନ୍ତି l ମହାପ୍ରଭୁ ଙ୍କ ମହାଦୀପ ଉଠିଲାପରେ ସମସ୍ତ ଦେବଦେବୀ ନରେନ୍ଦ୍ରକୋଣ ସ୍ଥିତ ମୂଷାନଦୀ ର ଦେବୀଘାଟ ରେ ବିସର୍ଜନ କରାଯାଏ l କିନ୍ତୁ ବିଗତ କିଛିବର୍ଷ ହେବ ମୂଷାନଦୀ ଦଳଭର୍ତି ଥିବାବେଳେ ପୁରୀ ପ୍ରଶାସନ ପକ୍ଷରୁ ଏହି ମୂଷାନଦୀ ଦଳ ନିଷ୍କାସନ କରାନଯାଇ ଏକ କୃତ୍ତିମ ପଲିଥିନ ବିସର୍ଜନ ପୁଷ୍କରିଣୀ କରାଯାଇ ଦେବଦେବୀ ଏବଂ ନାଗା ମାନଙ୍କୁ ବିସର୍ଜନ କରାଯାଉଥିବାରୁ ସାଧାରଣ ରେ ବିଶୃଙ୍ଖଳା ସୃଷ୍ଟି ହେବା ସହିତ ପ୍ରଶାସନ ପ୍ରତି ଅଙ୍ଗୁଳି ନିର୍ଦେଶ କରିଛନ୍ତି ସାଧାରଣ ଜନତା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
