April 27, 2026

ଖୋର୍ଦ୍ଧା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି କୃତୀମ ବନ୍ୟା ..

IMG-20251004-WA0139
Share

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଜିଲ୍ଲା ଗୋପବନ୍ଧୁ ମୁଖ୍ୟ ଚିକିତ୍ସାଳୟର ଗାଡି ପାର୍କିଂ ଏରିଆ ପାଲଟିଛି କୃତୀମ ସରୋବର । ଲୋକେ ଗାଡ଼ି ଥୋଇବା ଜାଗାରେ ହିଁ ଗାଡି ଧୋଉଛନ୍ତି । ପାର୍କିଂ ବ୍ୟବସ୍ଥା ପୁରା ଠପ୍ ପାରିଟିଛି କହିଲେ ଭୁଲୁ ହେବନାହିଁ । ଲୋକେ ରାସ୍ତା ଉପରେ ଓ ନୋ ପାର୍କିଂ ଏରିଆ ରେ ଗାଡି ପାର୍କିଂ କରିବାର ଦେଖିବାକୁ ମିଳିଛି । ଡବଲ ଇଞ୍ଜିନ ସରକାରରେ ଡବଲ ଧମକା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଏହିଭଳି ଅବସ୍ଥା । ଲୋକେ ଗାଡି ଥୋଇବାକୁ ଜାଗା ନାହିଁ । ଗାଡି ଥୋଇବା ଜାଗାରେ ଆଁଠୀଏ ଆଁଠିଏ ପାଣି । ଖୋଦ୍ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟର ଅବସ୍ଥା ଏମିତି ଏବଂ ଖୋର୍ଦ୍ଧା ଜିଲ୍ଲା ର ଅନ୍ୟ ଚିକିତ୍ସାଳୟର ଅବସ୍ଥା କଣ ହୋଇଥିବ ତାହା ନକହିବା ଭଲ । ସରକାର ଏଥିପ୍ରତି ଦୃଷ୍ଟି ଦେବା ନୀହାନ୍ତି ଜରରୁରି