April 27, 2026

ରାୟଗଡ଼ରେ ଭୂସ୍ଖଳନ ; ବାପା- ପୁଅ ନିଖୋଜ

IMG-20251003-WA0003
Share

 

 

 

 

ରାୟଗଡ଼(ଗଜପତି),୨/୧୦ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ପେକଟ ନିକଟରେ ବାଘମରା ପାହାଡ଼ରୁ ଭୂସ୍ଖଳନ ହୋଇଥିବାବେଳେ ବାପା ପୁଅ ନିଖୋଜ ରହିଛନ୍ତି । ନିଖୋଜ ବାପା ପୁଅ ହେଲେ ପେକଟ ଗାଁର କାର୍ତ୍ତିକ ଶବର(୭୦) ଓ ତାଙ୍କ ପୁଅ ରାଜିକ ଶବର । ଏମାନେ ମାଟି ତଳେ ଚାପି ରହିଥିବା ସନ୍ଦେହ କରୁଛନ୍ତି ଗାଁ ଲୋକେ । କାର୍ତ୍ତିକ ଓ ରାଜିକ ନିଜ ଜମିରେ କାମ କରୁଥିବାବେଳେ ଅଚାନକ ପ୍ରବଳ ବର୍ଷା ହୋଇଥିଲା।

 

ଫଳରେ ନାଳରେ ପ୍ରଖର‌ ସ୍ରୋତରେ ପାଣି ଆସିବା ସହ ପାହାଡ଼ ଧସି ଯାଇଥିଲା। ତେଣୁ ଏହି ବାପା ପୁଅ ଦୁଇ ଜଣ ମାଟି ତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ଖବରପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ସନ୍ଧ୍ୟା ହୋଇଯିବା ଏବଂ ପ୍ରବଳ ବର୍ଷା ଯୋଗୁଁ ଏଥିରେ ବାଧା ସୃଷ୍ଟି ହୋଇଛି। ଭୂସ୍ଖଳନ ଯୋଗୁଁ ରାୟଗଡଠାରୁ ନୂଆଗଡ ଓ ରା.ଊଦୟଗିରି ବ୍ଲକ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।