June 18, 2026

ଅତାବିରା ଇନଡୋର ଷ୍ଟାଡିୟମ ଠାରେ ତିହାର ଲୋକମହୋତ୍ସବ ଉଦଯାପିତ

IMG-20251001-WA0135
Share

 

ଦୀର୍ଘ ୩ ଦିନ ଧରି ଅତାବିରା ଇନଡୋର ଷ୍ଚାଡିୟମ ଠାରେ ଚାଲିଥିବା ୧୫ତମ ତିହାର ଲୋକମହୋତ୍ସବ ଆଜି ବୁଧବାର ରାତି ୯ଟାରେ ଉଦଯାପିତ ହୋଇଯାଇଛି |ଏହି ଲୋକମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଧନୁଯାତ୍ରା କମିଟିର ସଭାପତି ସୁରେଶ୍ବର ଶତପଥି,ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅଖିଲ ହୋତା,ଶିକ୍ଷାବିତ ଘନଶ୍ୟାମ ପାଣିଗ୍ରାହି ,ତିହାର ଲୋକମହୋସ୍ବବ ର ସଭାପତି ବିଧାୟକ ନିହାରରଂଜନ ମହାନନ୍ଦ,ସମ୍ପାଦକ ଅରବିନ୍ଦ ପାତ୍ର ,ମଂଚାସୀନ ଥିଲେ | କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ରବିନାରାୟଣ ପଣ୍ଡା | କଲାଟମ ଗ୍ରୁପ ଗୌଟିକ୍ରାର କଲାକାରମାନେ ନୃତ୍ୟ ପରିବେଷଣ କରିଥିଲେ |ସାଂସ୍କୃତିକ ଓ ଲୋକ ଅନୁଷ୍ଠାନ ନୂଆଁଡା ର କଳାକାରମାନେ ପଂଚରସୀ ଡାଲଖାଇ ପରିବେଷଣ କରିଥିବା ବେଳେ ମୃଣ୍ମୟ କଲଚରାଲ ଏକାଡେମୀ ଭବାନୀପାଟଣାର କଳାକାରମାନେ ସିଂହାରୀ ,ପଂଚରସୀ ,ସୁରଜମୁଖି କଳା ପରିଷଦ ଲସ୍ତଲା ଅତାବିରା ଓ ସୁରସଂଗମ ଲୁଇସିଂହାର କଳାକାରମାନେ ଚୁଟକୁଚୁଟା ଓ ମାକରବିହା ପରିବେଷଣ କରିଥିଲେ |

You may have missed