November 17, 2024

ପଞ୍ଚମ ଦିନରେ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା , ଘଟ ପରିକ୍ରମାରେ ଶ୍ରଦ୍ଧାଳୁଙ୍କ ଭିଡ଼ 

Share

ପଞ୍ଚମ ଦିନରେ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା , ଘଟ ପରିକ୍ରମାରେ ଶ୍ରଦ୍ଧାଳୁଙ୍କ ଭିଡ଼

ବୁଗୁଡ଼ା : ତା ୩୦/୦୪/୨୩ : ବୁଗୁଡ଼ା ଠାକୁରାଣୀ ଯାତ୍ରାର ପଞ୍ଚମ ଦିବସରେ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ଝୁଣା ସେବା ଓ ୧୦୮ ଆଳତି ପରେ ଘଟ ପରିକ୍ରମା ଆରମ୍ଭ ହୋଇଥିଲା । ପାଞ୍ଚ ଜଣ ମାନସିକଧାରୀ ମହିଳା ଝରଣା ଡାକୁଆ ,ପଦ୍ମାବତୀ ଆଚାରୀ ,ସରିତା ପାତ୍ର ,ସାବିତ୍ରୀ ପାତ୍ର ଓ ସ୍ନେହଲତା ପାଣି ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ସେଠାରୁ ବାହାରି ବଳଦେବ ମନ୍ଦିର , ଥାନା ରୋଡ , ହାଇସ୍କୁଲ ଛକରୁ ପଞ୍ଚାଗଳି ଦେଇ ଅରବିନ୍ଦ ନଗର-୧ର ଡାହାଣ ପାର୍ଶ୍ବ , ତେଲିସାହି-୧ , ତେଲିସାହି-୨ , ତେଲିସାହି-୩ରେ ପରିକ୍ରମା କରି ପୁଣି ପଞ୍ଚାଗଳିରେ ଫେରି ହାଇସ୍କୁଲ ଛକ , ଥାନା ରୋଡ , ବଳଦେବ ମନ୍ଦିର ଦେଇ ଆସ୍ଥାନକୁ ଫେରିଥିଲେ । ପରିକ୍ରମା କାଳରେ ବିଭିନ୍ନ ବାଦ୍ଯ ବାଜଣା ଓ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିବା ବେଳେ ସାହି ବାସିନ୍ଦାମାନେ ନିଜ ନିଜର ଘର ଆଗରେ ପୂଜା ସାମଗ୍ରୀ ଏବଂ ପୂର୍ଣ୍ଣ କୁମ୍ଭ ବାଢି ପ୍ରଦୀପ ପ୍ରଜ୍ବଳନ ସହକାରେ ପଞ୍ଚ ଠାକୁରାଣୀଙ୍କୁ ସ୍ବାଗତ କରିଥିଲେ । ଶ୍ରଦ୍ଧାଳୁଙ୍କ ଗହଣରେ ମା’ଙ୍କ ଘଟ ପରିକ୍ରମା କାଳରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପୋଲିସ ନିୟୋଜିତ ରହିଥିଲେ ।