June 20, 2026

ଶିହଳା ଗ୍ରାମପଞ୍ଚାୟତର ଉପନିର୍ବାଚନ   ବିଜେଡି ଗଡ଼ରେ କଂଗ୍ରେସ କଡା ମୁକାବିଲା

IMG-20230501-WA0009
Share

ଶିହଳା ଗ୍ରାମପଞ୍ଚାୟତର ଉପନିର୍ବାଚନ

ବିଜେଡି ଗଡ଼ରେ କଂଗ୍ରେସ କଡା ମୁକାବିଲା

 

ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁକୁଡ଼ାଖଣ୍ତି ବ୍ଲକ ଅଧିନରେ ଥିବା ଶିହଳା ଗ୍ରାମପଞ୍ଚାୟତ ଉପ-ନିର୍ବାଚନ ନିମନ୍ତେ କଂଗ୍ରେସ ପ୍ରାର୍ଥୀନୀ ଙ୍କ ବିଜୟୀ ପାଇଁ ଗଞ୍ଜାମ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ପ୍ରଚାର ଜୋର୍ ଦାର୍ ଚାଲିଛି l ମେ ୨ ତାରିଖରେ ଏହି ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ପ୍ରଚାର ଶେଷ ଦିନରେ ପହଂଚିଛି। ୧୭ଟି ଓ୍ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତରେ ମୋଟ ଭୋଟ ସଂଖ୍ୟା ୫୫୯୫ ଭୋଟ ରହିଛି ସେଥି ମଧ୍ୟରୁ ମହିଳା ୨୭୩୦ ଭୋଟ ଓ ପୁରୁଷ ୨୭୩୦ ଭୋଟ ରହିଛି । ସରପଞ୍ଚ ପଦବୀ ପାଇଁ ତିନି ଜଣ ମହିଳା ମଇଦାନକୁ ଓହ୍ଲାଇଛନ୍ତି। ବିଜେଡି ସମର୍ଥକ ଭାବେ ସୁନୀତା ବେହେରା, ସାଧିନ ପ୍ରାର୍ଥନା ଭାବେ ରଞ୍ଜିତା ଗୌଡ଼, କଂଗ୍ରେସ ସମର୍ଥୀତ ଭାବେ ଗୌଡ଼ଙ୍କ ମଧ୍ୟରେ କଡା ମୁକାବିଲା ହେଉଥିବା କୁହାଯାଉଛି। ଆଛର୍ଯ୍ୟ ର ବିଷୟ ରଞ୍ଜିତା ଗୌଡ଼ ଓ ସୁନିତା ବେହେରା ଏହି ଦୁଇ ପ୍ରତିଦ୍ବନ୍ଦୀ କରୁଥିବା ବେଳେ ପ୍ରଚାର ଦେଖି ନାହିଁ ବୋଲି ଅଞ୍ଚଳବାସୀଙ୍କ ଠାରୁ ଶୁଣିବାକୁ ମିଳିଛି।କଂଗ୍ରେସ ସମର୍ଥକ ଭାବେ ସରପଞ୍ଚ ପ୍ରାର୍ଥୀ ଭାବେ ଗୌରୀ ଗୌଡ଼ଙ୍କୁ ଖୋଲା ବହି ଚିହ୍ନରେ ଭୋଟ ଭିକ୍ଷା କରି ରାଜନୀତି ମୈଦାନରେ ଏକ ନୂଆ ଚେହେରା ହୋଇଥିବା ହେତୁ ରାଜନୀତି ମହଲରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଭୋଟ ଜାତି ଧର୍ମ ନୂହେଁ, ସମସ୍ତ ବର୍ଗର ଲୋକ ଆମଙ୍କୁ ଭଲ ପାଆନ୍ତି ଏବଂ ବିକାଶ, ମୂଳ ଲକ୍ଷ୍ୟ ରହିଚି ଓ ରହିବ ତେଣୁ ଆମ୍ଭେ ବିଜୟ ଲାଭ କରିବାର ଆଶା ଉଜ୍ଜଳ ରହିଛି ବୋଲି ସୂଚନା ଦେଇଛନ୍ତି । ମୁଁ ଗୌରୀ ଗୌଡ଼ କଂଗ୍ରେସ ସମର୍ଥୀତ ସରପଞ୍ଚ ପ୍ରାର୍ଥୀନୀ ମତେ ଭୋଟ ଦେଲେ ମୁଁ ଅଞ୍ଚଳର ବିକାଶ ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତା ଘାଟ ଡ୍ରେନେଜ୍ ଯାହାକି ଲୋକମାନଙ୍କ ମୌଳିକ ସମସ୍ୟା ନିରାକରଣ ଦିଗରେ ମୁଖ୍ୟ ଫୋକସ୍ ରଖିବି ବୋଲି ସେ କହିଛନ୍ତି। ଆଜି ଶେଷ ପ୍ରଚାରରେ କଂଗ୍ରେସ ଦଳ ଓ ଗ୍ରାମବାସୀମାନେ ସହ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ଜେନା, କୁକୁଡାଖଣ୍ଡି ବ୍ଲକ କଂଗ୍ରେସ ସଭାପତି ପି. ଶିବପ୍ରସାଦ ଦୋରା , କୁକୁଡାଖଣ୍ଡି ବ୍ଲକ ଯୁବ ନେତା ସାକା ସୁଜିତ୍ କୁମାର , ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ଏସ୍. ଦଣ୍ଡପାଣି ପାତ୍ର, ସିହଳା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ହେମନ୍ତ ସାହୁ ,ପୂର୍ବତନ ସରପଞ୍ଚ ଅରୁଣ ଭୂୟାଁ , କୁକୁଡାଖଣ୍ଡି ବ୍ଲକ ଯୁବ ନେତା ଦିଲ୍ଲୀପ କୁମାର ପାତ୍ର ,ବରିଷ୍ଠ କଂଗ୍ରେସ ନେତା ସୁକାନ୍ତ ପାତ୍ର, ସୋସିଆଲ ମିଡ଼ିଆ ସଂଯୋଜକ ଇ. ପୂର୍ଣ୍ଣଚନ୍ଦ୍ର ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହିଥିଲେ । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ

You may have missed