ଗଜପତି;ଦୁଷ୍କର୍ମ ମାମଲାରେ ୧୦ବର୍ଷ ସଜା ପାଇଲେ ଅଭିଯୁକ୍ତ

IMG-20250926-WA0048
Share

 

 

ପାରଳାଖେମୁଣ୍ଡି:୨୭/୯(ଗରୁଡ଼ ଧ୍ଵଜ ଚୌଧୁରୀ)ଦିନକୁ ଦିନ ସମାଜରେ ନାରୀ ନିର୍ଯ୍ୟାତନା ବୃଦ୍ଧି ପାଇବାରେ ଲାଗିଛି। ସେହିଭଳି ଏକ ସମ୍ବେଦନଶୀଳ ମାମଲା ୨୦୨୨ ମସିହାରେ ଗଜପତି ଜିଲ୍ଲା ଅନ୍ତର୍ଗତ ଗାରାବନ୍ଧ ଥାନା ଅଞ୍ଚଳରୁ ଆସିଥିଲା। ଯେଉଁଥିରେ ପିଡ଼ିତା ତାଙ୍କ ସହ ଦୁଷ୍କର୍ମ କରାଯିବା ସହ ତାଙ୍କର ଫୋଟୋ ଭାଇରାଲ କରି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବା ସହ ଜୀବନରେ ମାରିବା ନିମନ୍ତେ ଧମକ ଦେବା ନେଇ ଅଭିଯୁକ୍ତ ମାଣ୍ଡାଲୁ ବାଲୁ ନାମରେ ଏକ ସଙ୍ଗିନ ଅଭିଯୋଗ ଆଣିଥିଲେ। ପରେ ଗାରାବନ୍ଧ ଥାନାରେ ଏକ ମାମଲା ରୁଜୁ ହୋଇଥିଲା ଓ ତତ୍କାଳୀନ ଇନ୍ସପେକ୍ଟର ସର୍ବେଶ୍ୱର ସାମନ୍ତରାୟ ଉକ୍ତ ମାମଲାର ତଦନ୍ତ କରି ଉକ୍ତ ଆସାମୀଙ୍କୁ କୋର୍ଟ ଚାଲାଣ କରିଥିଲେ। ୨୧ଜଣ ସାକ୍ଷୀଙ୍କ ବଳିଷ୍ଠ ବୟାନ ତଥା ପ୍ରମାଣକୁ ଭିତ୍ତି କରି ଏହି ମାମଲାର ଶୁଣାଣି କରି ମାନ୍ୟବର ସିଜେଏମ୍ ତଥା ଆସିଷ୍ଟାଣ୍ଟ ସେସନ ଜଜ ଶ୍ରୀ ନରୋତ୍ତମ ସେଠୀ ଭାରତୀୟ ପିଙ୍ଗଳ କୋଡ଼ର ଧାରା ୩୭୬(୧) (ଦୁଷ୍କର୍ମ କରିବା), ଧାରା ୪୫୦ (ଘରେ ପଶି ଅପରାଧ କରିବା), ଧାରା ୫୦୬ (ଧମକ ଦେବା) ରେ ଉକ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଯଥାକ୍ରମେ ଦୁଷ୍କର୍ମ ପାଇଁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଓ ୩୦ହଜାର ଟଙ୍କା ଜୋରିମାନା, ଘରେ ପଶି ଅପରାଧ ଘଟାଇବା ପାଇଁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ଓ ପାଞ୍ଚ ହଜାର ଟଙ୍କା ଜୋରିମାନା ତଥା ଧମକ ଦେବା ମାମଲାରେ ଛ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ କାରାଦଣ୍ଡ ଭୋଗ କରିବା ନିମନ୍ତେ ବିଚାରପତି ନିଜର ରାୟ ରେ ଉଲ୍ଲେଖ କରିଛନ୍ତି। ଘଟଣାର ଗମ୍ଭୀରତାକୁ ନଜରରେ ରଖି ପ୍ରସିକ୍ୟୁସନ ବିଭାଗର ଉପନିର୍ଦେଶକ ଅଜିତ ପଟ୍ଟନାୟକ ଓ ସହ ନିର୍ଦ୍ଦେଶକ ଡ଼ି.ଅନୁପରାଜ ଆଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସରକାରଙ୍କ ପକ୍ଷରୁ ଏପିପି ଶ୍ରୀ ପି. ପ୍ରସାଦ ରାଓ ଏହି ମାମଲାର ସଫଳ ପରିଚାଳନା କରିଥିବାର ଖବର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସୂଚନା ଦେଇଛନ୍ତି।

You may have missed