June 22, 2026

ମହିଳା ନିର୍ମାଣ ଶ୍ରମିକ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

IMG-20250926-WA0051
Share

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ର ଆୟୋଜନ ରେ ସୁସ୍ଥ ନାରୀ ଶସକ୍ତ ପରିବାର ଅଭିଯାନ ସପ୍ତାହ ଅବସରେ ମହିଳା ନିର୍ମାଣ ଶ୍ରମିକ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଖୋର୍ଦ୍ଧା ପ୍ରେସ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି।ସହକାରୀ ଶ୍ରମ ଅଧିକାରୀ ବିକାଶ କୁମାର ନାୟକ ଙ୍କ ତତ୍ୱାବଧାନ ରେ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ ନିର୍ମାଣ ଶ୍ରମିକ ମହିଳା କାର୍ଡ ଧାରୀ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଔଷଧ ବଣ୍ଟନ ସହିତ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ପର୍କରେ ସଚେତନତା କରାଯାଇଥିଲା।ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟ ର ଡାକ୍ତର ବିଷ୍ଣୁପ୍ରିୟା ଦାସ,ଡାକ୍ତର ଏକେ ଶୁଭଶ୍ରୀ ଚାନ୍ଦ(ଆୟୁଷ),ଫାର୍ମାସିଷ୍ଟ ଚିନ୍ମୟ ଖଣ୍ଡାୟତରାୟ,ଆଲୋକ କୁମାର ରଣସିଂ,ଲଷ୍ମୀଧର ମହାପାତ୍ର,ଉପସ୍ଥିତ ରହି ମହିଳାଙ୍କୁ ପରୀକ୍ଷା ସହିତ ପରାମର୍ଶ ଦେଇଥିଲେ।ବିଶେଷ କରି ଅଣସଂକ୍ରାମକ ରୋଗ,ଯକ୍ଷ୍ମା,ରକ୍ତହୀନତା,ଋତୁସ୍ରାବ ସମୟରେ କିଭଳି ପରିଷ୍କାର ପରିଚ୍ଛନ୍ନତା ରହିବେ,ବ୍ଲଡ଼ ପ୍ରେସର,ଡାଇବେଟିସ,ବୟସ ଅନୁସାରେ ଓଜନ,ଆଦି ଉପରେ ଚିକିତ୍ସା ସହିତ ପରୀକ୍ଷା କରାଯାଇଥିଲା।ଆଖପାଖ ଅଞ୍ଚଳର ୬୫ ଜଣ ମହିଳା ନିର୍ମାଣ ଶ୍ରମିକ ଯୋଗ ଦେଇଥିଲେ।ଶ୍ରମ ବିଭାଗ ପକ୍ଷରୁ ମହିଳା ନିର୍ମାଣ ଶ୍ରମିକ ଙ୍କ ପାଇଁ ଏଭଳି କାର୍ଯ୍ୟକ୍ରମ କୁ ଶ୍ରମିକ ମାନେ ପ୍ରଶଂସା କରିଥିଲାବେଳେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ଶ୍ରମିକ ସଂଗଠନ ର କର୍ମକର୍ତ୍ତା, ଶ୍ରମ ବିଭାଗର ଡିଇଓ ଆଶିଷ ରଞ୍ଜନ ମହାପାତ୍ର,ରବିନାରାୟଣ ନାୟକ,ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।