April 29, 2026

ଭାରତୀୟ ଜନତା ପାର୍ଟି ସେବା ପକ୍ଷ ରେ ରକ୍ତ ଦାନ ଶିବିର ରୁ ୨୮ୟୁନିଟ୍ ରକ୍ତ ସଂଗୃହୀତ…

IMG-20250926-WA0049
Share

 

 

ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ ଅନ୍ତର୍ଗତ ଲୁପୁରସିଂହା ସଂକ୍ରିଡ଼ା ମଣ୍ଡଳ ବିଜେପି କାର୍ଯ୍ୟକର୍ତ୍ତା ଓ ସମ୍ପର୍କ ପରିବାର ର ମିଳିତ ଉଦ୍ୟମ ରେ ଏକ ସେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ଭେଡେନ ବି.ଡି.ଓ ଶ୍ରୀ କର୍ଣ୍ଣ ସୁନା ସମ୍ମାନିତ ଅତିଥି ଭେଡେନ ଥାନା ଅଧିକାରୀ ଶ୍ରୀ ଶଶୀଭୂଷଣ ମିଶ୍ର, ମଣ୍ଡଳ ସଭାପତି କ୍ଷୀରେଶ ମହାକୁର,

ସରପଞ୍ଚ ଉଦ୍ଧବ ବାରିକ, ବିପିନ ଭୋସାଗର, ଯଶୋବନ୍ତ ସେଠ୍,କାହ୍ନୁ ମଲ୍ଲିକ, ରଘୁପତି କମ୍ପ, ସୁଶାନ୍ତ ମହାକୁର, ବୁଲୁ ଖୁଣ୍ଟୁଲି ସମ୍ପର୍କ ପରିବାର ର ଅଧକ୍ଷ୍ୟ ରଞ୍ଜନ ସେଠ୍ ଓ ସମ୍ପାଦକ ମାନସ ରଞ୍ଜନ ମହାକୁର, ଉପେନ୍ଦ୍ର ମାହାର ପ୍ରମୁଖ ଯୋଗ ଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ। ବରଗଡ ରକ୍ତ ଭଣ୍ଡାର ଦ୍ଵାରା ସର୍ବମୋଟ୍ #୨୮ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ରକ୍ତଦାନ ଶିବିର ଆୟୋଜନ ପାଇଁ ବରଗଡ ରକ୍ତ ଭଣ୍ଡାର ଦ୍ୱାରା ଏକ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଶିବିର କୁ ସମ୍ପର୍କ ପରିବାର ଓ ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତା ବୃନ୍ଦ ପରିଚାଳନା କରଥିଲେ।ସୁରେନ୍ଦ୍ର କଠାର,ବରଗଡ

You may have missed