ସୁଲୋଚନା ଦାଶ ଙ୍କ ବିୟୋଗ ରେ ଶୋକ, ଜଣେ ଧାର୍ମିକ ମହିଳା ଙ୍କ ଅଭାବ….
ତିର୍ତୋଲ….
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଶାସ୍ତ୍ର କହେ “ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରଇ” । ଜୀବ ଆସିଛି ମାନେ ଦିନେ ଯିବ । କିନ୍ତୁ ଏମିତି କର୍ମ ରହିଛି, ଯାହା ମଣିଷକୁ ଅଞ୍ଚଳବାସୀଙ୍କ ପାଇଁ ଅପୂରଣୀୟ କ୍ଷତି ପହୁଞ୍ଚେଇ ଥାଏ । ସେମିତି ଜଣେ ଧର୍ମପରାୟଣ ମହିଳା ହେଉଛନ୍ତି ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲବ୍ଲକ ତେନ୍ତୁଳିପଦା ଗ୍ରାମର, ବିଶିଷ୍ଟ କର୍ମକାଣ୍ଡ ପଣ୍ଡିତ ସ୍ବର୍ଗତ ଆନନ୍ଦ ଦାଶ ଙ୍କ ପରିବାରର କୁଳବଧୂ, ସୁଲୋଚନା ଦାଶ । ତେୟାଅଶୀ ବର୍ଷ ବୟସରେ,ନିଜସ୍ୱ ବାସସ୍ଥାନ ଆନନ୍ଦଭବନ ରେ ପରଲୋକ ଗତ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କର ପୁତ୍ର ଶରତ କୁମାର ଦାଶ, ପ୍ରଶାନ୍ତ କୁମାର ଦାଶ, ସୁବ୍ରତ ଦାଶ (ଦିଲୁ ନନା ), ସୁଶାନ୍ତ ଦାଶ ଙ୍କ ସମେତ ପୁତ୍ରବଧୂ ଶର୍ମିଳା, ଲକ୍ଷ୍ମୀପ୍ରିୟା, ସୁଧାରାଣୀ ଓ ପ୍ରଣତି ଙ୍କ ସମେତ ଶୁଭମ, ଗୁଡ଼ୁ, ଟୁକୁଲି, ମିତିଲି, ଗୁଗୁଲି, ପପୁ, ଏଲି, ଗେହ୍ଲି, ଗୁଗୁଲି ପ୍ରମୁଖ ନାତିନାତୁଣୀ ମାନେ ଉପସ୍ଥିତ ଥିଲେ ।ଝିଅ ସବିତା, ଟୁନା, ମୁନା, ବୁଢ଼ୀ ଓ ଫିଲୁ ଖବରପାଇ ଶେଷଦର୍ଶନ ପାଇଁ ପହୁଁଛି ଥିଲେ । ତାଙ୍କର ବିୟୋଗରେ ବିଜୟ ଦାଶ, ଅକ୍ଷୟ ପଣ୍ଡା, ଉମେଶ ଚନ୍ଦ୍ର ପଣ୍ଡା ଓ ଜିଲ୍ଲାବିଜେପି ଯୁବମୋର୍ଚ୍ଚା ର ସଭାପତି ବିଶ୍ୱଜିତ ଦାଶ ମର୍ମାହତ ହୋଇ ଗଭୀର ଶୋକପ୍ରକାଶ କରିଛନ୍ତି । ଖବରପାଇ ତିର୍ତ୍ତୋଲବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା, ପୂର୍ବତନ ସାଂସଦ ଡଃ ରାଜଶ୍ରୀ ମଲ୍ଲିକ, ଡଃ କୁଳମଣି ସାମଲ, ଜିଲ୍ଲାବିଜେଡି ସଭାପତି ପ୍ରଶାନ୍ତ କୁମାର ମୁଦୁଲି, ଏରଷମା ବାଲିକୁଦା ବିଧାୟକ ସାରଦା ଜେନା, ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରଥ, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ବିକ୍ରମ କେଶରୀ ସ୍ୱାଇଁ, ସାମ୍ବାଦିକ ଶ୍ରୀକାନ୍ତ ଦାଶ,ସାମ୍ବାଦିକ ରଞ୍ଜନ କୁମାର ମଲ୍ଲିକ,ସାମ୍ବାଦିକ ଭାଗବତ ପ୍ରସାଦ, ସାମ୍ବାଦିକ ଜୟନ୍ତ ପରିଜା, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି, ଜନପ୍ରତିନିଧି, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଧ୍ୟ ଶୋକପ୍ରକାଶ କରିବା ସହିତ ଶୋକ ସନ୍ତପ୍ତ ପରିବାରବର୍ଗ ଙ୍କୁ ସମବେଦନା ଜ୍ଞାପନ କରିଛନ୍ତି l ତାଙ୍କର ଶବ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରିବା ପରେ, ସ୍ୱର୍ଗରଥ ରେ ପୁରୀ ସ୍ୱର୍ଗଦ୍ୱାର କୁ ଅନ୍ତେଷ୍ଟି କ୍ରିୟା ପାଇଁ ନିଆଯାଇଥିଲା । ସ୍ୱର୍ଗଦ୍ୱାର ଠାରେ ବଡପୁଅ ପଣ୍ଡିତ ଶରତକୁମାର ଦାଶ ମୁଖାଗ୍ନି ଦେଇଥିଲେ । ସ୍ବର୍ଗତଃ ଦାଶ ଙ୍କର ମୃତ୍ୟୁ ରେ ଆଖପାଖ ଅଞ୍ଚଳ ଜଣେ ଧର୍ମପ୍ରାଣା ଆଦର୍ଶ ମହିଳା ଙ୍କୁ ହରେଇଲା ବୋଲି ଜନସାଧାରଣ ରେ ଶୋକର ଛାୟା ଖେଳି ଯାଇଛି ।
