April 28, 2026

ରାତି ପାହିଲେ ଆସିବେ ମୋଦି ସ୍ଥିତି ପରଖୁଛନ୍ତି ଡିଜି

IMG-20250926-WA0055
Share

 

 

ଝାରସୁଗୁଡା ( ଦେବାଶିଷ ଦାଶ )

 

ସେପ୍ଟେମ୍ବର ୨୭ ଅର୍ଥାତ୍‌ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଭାରତୀୟ ଯୁବ ସମାବେଶ କାର୍ଯ୍ୟକ୍ରମ ପାଇଁ ଝାରସୁଗୁଡାରେ ରାଜ୍ୟ ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ସହିତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଆଜି ସୁରକ୍ଷା ବିଷୟକୁ ନେଇ ଘନ ଘନ ବୈଠକ କରିବା ସହିତ ସଭାସ୍ଥଳରେ ରହି ସୁରକ୍ଷା ସମ୍ବନ୍ଧରେ ଆଲୋଚନା ଓ ସମୀକ୍ଷା କରୁଛନ୍ତି।

ଶୁକ୍ରବାର ସକାଳୁ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆ ସଭାସ୍ଥଳରେ ପହଞ୍ଚି ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷା କରିଥିବାବେଳେ ତାଙ୍କ ସହ ଏଡିଜି ସନ୍ତୋଷ ବାର୍ଲା, ଉତ୍ତରାଞ୍ଚଳ ଆଇ.ଜି. ହିମାଂଶୁ ଲାଲ, ଆରଡିସି ସଚିନ ରାମଚନ୍ଦ୍ର ୟାଦବ, ଜିଲାପାଳ କୁନାଲ ମୋତିରାମ ଚୌହାନଙ୍କ ସହିତ ଝାରସୁଗୁଡ଼ା ଏସ.ପି.ଜି ଆର ରାଘବେନ୍ଦ୍ରଙ୍କ ସହିତ ଏନଏସଜି କମାଣ୍ଡୋମାନେ ମଧ୍ୟ ସଭାସ୍ଥଳର ସମୀକ୍ଷା କରିଛନ୍ତି। ଏହା ସହିତ ବିଧାୟକ ଟଙ୍କଧର ତ୍ରିପାଠୀ, ସାଂସଦ ପ୍ରଦୀପ ପୁରୋହିତ, ମନ୍ତ୍ରୀ ରବି ନାୟକ, ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଅମଲିପାଲି ସ୍ଥିତ ରିଜର୍ଭ ପଡିଆରେ ସମୀକ୍ଷା କରୁଛନ୍ତି।

You may have missed