ମୁଖ୍ଯ ସଡକରେ ବିପଦଜ୍ଜନକ ଗର୍ତ୍ତ, ପ୍ରତିକାର ଦାବି 

IMG-20250920-WA0086
Share

ବୁଗୁଡ଼ା : ତା ୨୦/୦୯/୨୫ : ବୁଗୁଡ଼ା-ପୋଲସରା ମୁଖ୍ୟ ସଡକର ଗୋଲିଆ ବ୍ରିଜ୍ ନିକଟ ଭୂତବନ୍ଧ ସମ୍ମୁଖ ରାସ୍ତାରେ ଥିବା ଗର୍ତ୍ତ ଅନେକ ଦୁର୍ଘଟଣାର କାରଣ ପାଲଟିଛି । ବିଶେଷକରି ରାତିରେ ଗୋଲିଆ ଅଭିମୁଖେ ଯାଉଥିବା ଯାନବାହାନ ଚାଳକ ଏହି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ତେଣୁ ଦୁର୍ଘଟଣାକୁ ଏଡାଇବା ପାଇଁ ଏହାର ଅସ୍ଥାୟୀ ପ୍ରତିକାର ଭାବେ ଲୋକେ ସେହି ଗର୍ତ୍ତରେ ଲାଲ ପତାକା ପୋତିଛନ୍ତି। ତେବେ ସ୍ଥାନୀୟ ପୂର୍ତ୍ତ ବିଭାଗର ଦୃଷ୍ଟି ଆଢୁଆଳରେ ରହିଥିବା ଏହି ବିପଦଜ୍ଜନକ ଗର୍ତ୍ତ ଯୋଗୁଁ ସୃଷ୍ଟ ସମସ୍ଯାର ସ୍ଥାୟୀ ପ୍ରତିକାର ନିମନ୍ତେ ସାଧାରଣରେ ଦାବି ହେଉଛି।

You may have missed