April 29, 2026

ଆଦାନୀ ଫାଉଣ୍ଡେସନ ପକ୍ଷରୁ ଭିଜନ କେୟାର କାର୍ଯକ୍ରମ ଶୁଭାରମ୍ଭ

IMG-20250920-WA0092
Share

 

ଛତ୍ରପୁର ତା ୨୦/୯/୨୦୨୫ (ଅରୁଣ କୁମାର ପଣ୍ଡା) ଗୋପାଳପୁର ବନ୍ଦରର ପାର୍ଶ୍ଵବର୍ତୀ ଗ୍ରାମଗୁଡିକରେ ଚକ୍ଷୁ ସମ୍ବନ୍ଧୀୟ ସମସ୍ୟାର ପ୍ରାରମ୍ଭିକ ସମାଧାନ କୁ ପ୍ରୋତ୍ସାହିତ କରିବା ଲକ୍ଷନେଇ ଆଦାନୀ ଫାଉଣ୍ଡେସନ ଓ ଭିଜନ ସ୍ପ୍ରିଙ୍ଗ ଫାଉଣ୍ଡେସନର ମିଳିତ ସହଭାଗିତାରେ ଭିଜନ କେୟାର କାର୍ଯକ୍ରମ ଆରମ୍ଭ ହୋଇଛି। ଏହି କାର୍ଯକ୍ରମ ମାଧ୍ୟମରେ ମାଗଣା ଚକ୍ଷୁ ପରୀକ୍ଷା କରିବା ସହ ଉନ୍ନତ ମାନର ଚଷମା ବଣ୍ଟନ କରାଯାଉଛି । ଆଜି ଏକ ସ୍ବତନ୍ତ୍ର କାର୍ଯକ୍ରମରେ ଗୋପାଳପୁର ବନ୍ଦର ବ୍ୟବସାୟିକ ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କଣମଣା ପଂଚାୟତ ସ୍ଥିତ କଲ୍ୟାଣ ମଣ୍ଡପରେ ଏହି ଚକ୍ଷୁ ପରୀକ୍ଷା ଶିବିର ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଣମଣା ପଂଚାୟତ ସରପଞ୍ଚ ପ୍ରତିନିଧି, ଶ୍ରୀ ବି ସୀମାଦ୍ରି, ସମିତିସଭ୍ୟ ପ୍ରତିନିଧି, ଶ୍ରୀ ଜନାର୍ଦନ ସ୍ବାଇଁ, ୱାର୍ଡ ମେମ୍ବର ଶ୍ରୀ ଚନ୍ଦନ ବେହେରା, ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁପେରିଟେଣ୍ଡେଣ୍ଟ ଡକ୍ଟର ସ୍ୱାଧୀନ ରଥ ପ୍ରମୁଖ ଯୋଗ ଦେଇଥିଲେ।

 

ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ଭିଜନ କେୟାର କାର୍ଯକ୍ରମରେ ମୋତିଆବିନ୍ଦୁର ଚିହ୍ନଟ, ମଧୁମେୟ ଜନିତ ଚକ୍ଷୁ ସମସ୍ୟା ଓ ଚକ୍ଷୁ ଆଘାତ ଜନିତ ବିଭିନ୍ନ ସମସ୍ୟା ଆଦି ପ୍ରଶିକ୍ଷିତ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ଵାରା ଅତ୍ୟାଧୁନିକ ଶୈଳୀରେ ପରୀକ୍ଷା କରାଯାଇ ଉନ୍ନତ ମାନର ଚଷମା ବିନା ମୂଲ୍ୟରେ ବଣ୍ଟନ କରାଯାଇଥିଲା। ଏହା ସହ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ଵାରା ଦୃଷ୍ଟି ଶକ୍ତି ବଢାଉଥିବା ଖାଦ୍ୟ, ଆଖିର ଯତ୍ନ ଏବଂ ଏଲେକ୍ଟ୍ରୋନିକ୍ସ ଉପକରଣକୁ ଏକ ନିର୍ଦ୍ଧିଷ୍ଟ ଦୂରତାରେ ବ୍ୟବହାର ସମ୍ପର୍କରେ ପରାମର୍ଶ ଦେଇଥିଲେ। ଏହି ଭିଜନ କେୟାର ସେବା ମାଧ୍ୟମରେ ଆଦାନୀ ଫାଉଣ୍ଡେସନ ଚଳିତ ଆର୍ଥିକ ବର୍ଷରେ ପାଖାପାଖି ୩୦୦୦ ଲୋକଙ୍କ ଚକ୍ଷୁ ପରୀକ୍ଷା ସହ ମାଗଣାରେ ଚଷମା ବାଣ୍ଟିବାର ଲକ୍ଷ ରଖିଛି। ଏହି ଶିବିର ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟ ବିଭିନ୍ନ ବିଦ୍ୟାଳୟରେ ଆୟୋଜନ କରାଯିବ।

 

ଏହି ଭିଜନ କେୟାର କାର୍ଯକ୍ରମକୁ ପ୍ରଶଂସା କରି କଣମଣା ଗ୍ରାମର ଶ୍ରୀମତୀ ବି ଲକ୍ଷ୍ମୀ କହିଛନ୍ତି ଯେ ମୁଁ ଛୋଟ ଛୋଟ ଅକ୍ଷର ଯଥା ଭାଗବତ, ଗୀତା ବହି ପଢିବାରେ ଆଖିରେ ଅନେକ ଯନ୍ତ୍ରଣା ଅନୁଭବ କରୁଥିଲି । ଆଜି ଏହି ଶିବିରରେ ମୋର ଆଖି ପରୀକ୍ଷା କରାଯିବ ସହ ବିନା ମୂଲ୍ୟରେ ଚଷମା ଯୋଗାଇଦିଆଯାଇଛି। ଆମ ଘର ନିକଟରେ ଏହି ଭଳି ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିବାରୁ ମୁଁ ଆଦାନୀ ଫାଉଣ୍ଡେସନକୁ ଗଭୀର କୃତଜ୍ଞତା ଜଣାଉଛି।

You may have missed