June 27, 2026

ଦୂର୍ଗା ପୂଜା ଆୟୋଜନ ପାଇଁ ଫାଟକ ଦୁର୍ଗାପୂଜା କମିଟି ସମ୍ବର୍ଦ୍ଧିତ

IMG-20250911-WA0024
Share

 

ସମ୍ବଲପୁର,୧୦।୯(ରାଜାରାମ ଷଡ଼ଙ୍ଗୀ) : ଗତବର୍ଷ ଶୃଙ୍ଖଳିତ ଓ ପରିବେଶ ଅନୁପୋଯୋଗୀ ଦୁର୍ଗାପୂଜା ଆୟୋଜନ ପାଇଁ ଆଜି ୩ଟି କମିଟିକୁ ପ୍ରଶାସନ ପକ୍ଷରୁ ପୁରସ୍କୃତ କରାଯାଇଛି।ଏହି କ୍ରମରେ ପ୍ରଥମ

ସ୍ଥାନ ହାସଲ କରିଛି ଫାଟକ କମିଟି I ତପସ୍ବିନୀ ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କମିଟି ସଭାପତି ବୁଲୁ ବିଶ୍ଵାଳ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଓ ଜିଲ୍ଲା ଆରକ୍ଷୀ ଅଧିକାରୀ ମୁକେଶ କୁମାର ଭାମୁଙ୍କ ଠାରୁ ସର୍ବଶ୍ରେଷ୍ଟ ପୁରସ୍କାର ଗ୍ରହଣ କରିଥିବା ବେଳେ

କମିଟିର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଜିଲ୍ଲାପାଳ, ଏସପି, ଏସଏମସି ଆୟୁକ୍ତ, ଜିଲ୍ଲା ପ୍ରଦୂଷଣ ବୋର୍ଡ ଅଧିକାରୀ ସତ୍ୟନାରାୟଣ ନନ୍ଦ, ଅତିରିକ୍ତ ଜିଲ୍ଲାପାଳ ଅଶୋକ ଭୋଇ, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ ପ୍ରଶାସକ ପ୍ରସନ୍ନ ପାତ୍ର, ଉପ ଜିଲ୍ଲାପାଳ ଡ଼ଃ. ପୁଷ୍ପାଞ୍ଜଳି ପଣ୍ଡା ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।

You may have missed