June 12, 2026

ଗଜପତି : ସିୟୁଟିଏମର ଜାତୀୟ ପୋଷଣ ସପ୍ତାହ ଉଦଯାପିତ         

IMG-20250908-WA0021
Share

 

 

ପାରଳାଖେମୁଣ୍ଡି:୮/୯(ଗରୁଡ ଧ୍ୱଜ ଚୌଧୁରୀ)ପାରଳାଖେମୁଣ୍ଡି ସେଞ୍ଚୁରିଆନ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ( ସିୟୁଟିଏମ୍) କ୍ୟାମ୍ପସ୍‌ର ନସିଂ ବିଭାଗ ଦ୍ବାରା ଜାତୀୟ ପୋଷଣ ସପ୍ତାହ ପାଳନ ହୋଇଥିଲା। ସପ୍ତାହ ବ୍ୟାପୀ ଗୋଷାଣି ବ୍ଲକର ଢାମୁଣିଗାଁ, ରଣଦେବୀ, କଣ୍ଟ୍ରାଗଡ, ସାତମାଇଲ, ଆର୍ ସୀତାପୁର ଓ ଡାଲିମ୍ବାପୁର ଗ୍ରାମରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. କାର୍ଯ୍ୟକ୍ରମର ପ୍ରଥମ ଦିବସରେ ଢାମୁଣିଗାଁରେ ସିୟୁଟିଏମ୍‌ର ରେଜିଷ୍ଟ୍ରାର୍ ଡ଼. ଅନିତା ପାତ୍ରଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା। ଫଫେସର୍ ସ୍ନେହଲତା ସାନ୍ଧ୍ୟାଙ୍କ ସ୍ବାସ୍ଥ୍ୟବାଣୀ ସହ ଛାତ୍ରଛାତ୍ରୀଙ୍କ ଦ୍ବାରା ପୋଷ୍ଟର ଓ ଫ୍ଲାକାର୍ଡ ପ୍ରଦର୍ଶନ କରାଯାଇଥିଲା. ଡ଼. ସଲନା ସରଥ୍ କୁମାରଙ୍କ ଦ୍ବାରା ଦନ୍ତ ପରୀକ୍ଷା ଆୟୋଜିତ ହୋଇଥିଲା. ଛାତ୍ରଛାତ୍ରୀଙ୍କ ଦ୍ୱାରା ଫୁଡ୍ ଫେଷ୍ଟ ପୌଷ୍ଟିକ ଖାଦ୍ୟ ପ୍ରସ୍ତୁତି ଆଦି କରାଯାଇଥିଲା। ସେହିପରି ଗ୍ରାମୀଣ ଅଞ୍ଚଳରେ ସ୍ବାସ୍ଥ୍ୟ ଶିବିର କରାଯାଇ ୨୦୮ ଜଣଙ୍କୁ ମାଗଣା ସ୍ବାସ୍ଥ୍ୟସେବା ପ୍ରଦାନ କରାଯିବା ସହ ଚକ୍ଷୁ ପରୀକ୍ଷା କରାଯାଇଥିବା ୧୪୦ ଜଣଙ୍କୁ ଚଷମା ବଣ୍ଟନ କରାଯାଇଥିଲା।

You may have missed