April 27, 2026

ଗଜପତିଜିଲ୍ଳାର ମୋହନା ବ୍ଲକ ଅଞ୍ଚଳରେ ବାରହା ଉପଦ୍ରବ…… ଏକର ଏକର ମକା ଫସଲ ଉଜୁଡିଲା            

IMG-20250908-WA0020
Share

 

 

ପାରଳାଖେମୁଣ୍ଡି:୮/୯(ଗରୁଡ ଧ୍ୱଜ ଚୌଧୁରୀ)(ଗଜପତି ଜିଲ୍ଲାରେ ବାରହା ଉପଦ୍ରବ ଯୋଗୁଁ ଏକର ଏକର ମକା ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି. ଏଥି ପାଇଁ ଚାଷୀମାନେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି. ଏଭଳି ଘଟଣା ଗଜପତି ଜିଲ୍ଲା ମୋହନା ବ୍ଲକ କମଳାପୁର ଗାଁରେ ଦେଖୁବାକୁ ମିଳିଛି । ଗତକିଛି ଦିନ ଧରି ଲଗାଣ ବର୍ଷା ଜାରି ରହିଛି । ବର୍ଷା ସହ ପବନ ହେଲେ ଫଳ ଧରିଥିବା ମକା ଗଛ ତଳେ ପଡିଯିବାର ଆଶଙ୍କା ରହିଛି । ଗୋଟିଏ ପଟେ ମକା ଗଛ ପଡିଯିବାର ଆଶଙ୍କା ଓ ଅନ୍ୟପଟେ ବାରହା ଉପଦ୍ରବ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି. କମଳାପୁର ଗାଁର ମକା ଚାଷୀ ଗାଁ ମୁଣ୍ଡରେ ଥିବା ବାବୁଲା ଦଳାଇ ଓ ସନ୍ୟା ଗୌଡ଼ଙ୍କ ଏକର ଏକର ମକା ଫସଲକୁ ବାରହା ରାତ୍ର ସମୟରେ ଖାଇଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଧାର କରଜ କରି ସାହୁକାର ଠାରୁ ସାର ଆଣି ମକା ଚାଷ କରିଥିଲେ । ଏବେ କିଭଳି ଋଣ ସୁଝିବେ ବୋଲି ଅତ୍ୟନ୍ତ ଦୁଃଖରେ ୨ଜଣ ଚାଷୀ କହିଛନ୍ତି । ଏନେଇ ସ୍ଥାନୀୟ ବନ ବିଭାଗକୁ ଜଣାଇଥିଲେ ମଧ୍ୟ ବାରହା ଉପଦ୍ରବ ପ୍ରତି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ ହୋଇଛି. ଏ ସମ୍ପର୍କରେ ଚନ୍ଦ୍ରଗିରି ବନାଞ୍ଚଳ ଅଧୂକାରୀ ବିନୟ ପ୍ରକାଶ ବୁରୁଙ୍କୁ ପଚାରିବାରେ ବନ ବିଭାଗ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଉଥ‌ିବା କହିବା ସହ ଯେଉଁ ଚାଷୀମାନଙ୍କର ଫସଲ ନଷ୍ଟ ହୋଇଛି, ସେମାନେ ସରକାରଙ୍କଙ୍କ ଆପ୍‌ରେ ଅଭିଯୋଗ ଦାଖଲ କରନ୍ତୁ.ଏହାକୁ ବିଚାର କରି ସହାୟତା ପ୍ରଦାନ କରାଯିବ ବୋଲି ବନାଞ୍ଚଳ ଅଧୂକାରୀ କହିଛନ୍ତି ।