March 10, 2026

ମଧୁବାବୁ ଥିଲେ ଓଡ଼ିଶା ରାଜ୍ୟ ଗଠନର ମୁଖ୍ୟ ପୁରୋଧା : କବି କୃଷ୍ଣଚନ୍ଦ୍ର ତ୍ରିପାଠୀ

IMG-20230428-WA0013
Share

 

ଉକତ୍ଳ ଗୌରବ ମଧୁସୂଦନ ଦାସଙ୍କ 176ତମ ଜୟନ୍ତୀ ପାଳନ କଲା ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ

ବ୍ରହ୍ମପୁର,28/4 : ନୂଅା ଓଡ଼ିଶା ରାଜ୍ୟ ଗଠନ ଦିଗରେ ଉକତ୍ଳ ଗୌରବ ମଧୁସୂଦନ ଦାସ ମୁଖ୍ୟ ପୁରୋଧା ସାଜିଥିଲେ ବୋଲି ବର୍ଷିୟାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ପ୍ରକାଶ କରିଛନ୍ତି ସ୍ଥାନୀୟ ନବୀନ ଭବନ ପରିସରରେ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ଅାନୁକୂଲ୍ୟରେ ପ୍ରତିଷ୍ଠାନର ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ମଧୁବାବୁଙ୍କ 176ତମ ଜୟନ୍ତୀ ଉତ୍ସବରେ କବି ଶ୍ରୀ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜର ବକ୍ତବ୍ୟରେ ଉପରୋକ୍ତ ମତ ପ୍ରକାଶ କରିଛନ୍ତି ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୈଜ୍ଞାନିକ ଡ଼. ଡ଼ମ୍ବରୁଧର ସାହୁ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁ, ସମାଜସେବୀ ଅବନୀ ଗୟା, ଶିକ୍ଷାବିତ ରାଜେନ୍ଦ୍ର ପଣ୍ଡା, କରମ୍ଭା କମାଣ୍ଡୋର ଅଧ୍ୟକ୍ଷ ରାମକୃଷ୍ଣ ପାତ୍ର ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଅାଲୋଚନା କରିଥିଲେ ପ୍ରତିଷ୍ଠାନର ସମ୍ପାଦକ ସୁଶାନ୍ତ କର ସ୍ବାଗତ ଭାଷଣ ଦେଇଥିବା ବେଳେ ରଞ୍ଜନ କୁମାର ସହୁ ଧନ୍ୟବାଦ ଅର୍ପଣ କରିଥିଲେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଲେଖିକା ବନ୍ଦନା ମହାପାତ୍ର, କୃଷ୍ଣଚନ୍ଦ୍ର ପ୍ରଧାନ, ଶାନ୍ତନୁ କୁମାର ଦାସ, ପ୍ରେମାନନ୍ଦ ଦାଶ, ତପନ କୁମାର ଷଡ଼ଙ୍ଗୀ, କାଳି ଦାସ, ବିଜୟ କୁମାର ପାଢ଼ୀ ପ୍ରମୁଖ ଅାଲୋଚନାରେ ଅଂଶଗ୍ରହଣ କରିଥିଲେ ଏହି ଅବସରରେ ଯୁବ କବି ତପନ କୁମାର ଷଡ଼ଙ୍ଗୀ ସହିଦଙ୍କ ଉପରେ ଏକ ହୃଦୟସ୍ପର୍ଶୀ କବିତା ଅାବୃତ୍ତି କରିଥିଲେ କାର୍ଯ୍ୟକ୍ରମ ପରିଚାଳନାରେ ନବୀନର ପ୍ରକାଶିକା ମଞ୍ଜୁ ରଥ, ଇଂ. ମାନସ ରଞ୍ଜନ ତ୍ରିପାଠୀ, ସାମ୍ବାଦିକ ପବିତ୍ର କୁମାର ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ

 

 

ସୁଶାନ୍ତ କର

ସମ୍ପାଦକ