July 14, 2026

ପୂଜ୍ୟ ପୂଜା ସମିତି ପକ୍ଷରୁ ମଧୁ ଜୟନ୍ତୀ ପାଳନ

IMG-20230428-WA0010
Share

 

 

ନିର୍ବାଚିତ ପ୍ରତିନିଧିଙ୍କୁ ଫେରାଇ ଆଣିବା ଅଧିକାର ଜନତାଙ୍କ ପାଖରେ ରହୁ

ବ୍ରହ୍ମପୁର, ତା.28.4.2023ରିଖ ମାନବ ଅଧିକାର ସୁରକ୍ଷା ମଞ୍ଚର ସାଂସ୍କୃତିକ ବିଭାଗ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ଉତ୍କଳଗୌରବ ମଧୁସୂଦନ ଦାସଙ୍କ 176ତମ ଜୟନ୍ତୀ ପାଳନ ହୋଇଯାଇଛି l ଗାନ୍ଧିନଗର ଛକ ସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ସମିତି ସଭାପତି ବଂଶୀଧର ଭୂୟାଁ ମାଲ୍ୟାର୍ପଣ କରିବାପରେ ତାଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ଆୟୋଜିତ ହୋଇଯାଇଛି l ସୂଚନା ଯୋଗ୍ୟ ଯେ, ବିନା ଦରମାରେ ମନ୍ତ୍ରିତ୍ୱ ପାଇଁ ଦାବୀ ଗୃହୀତ ନ ହେବାରୁ ସେ ମନ୍ତ୍ରିତ୍ୱ ତ୍ୟାଗ କରିଥିଲେ l ଦେଶସେବାର ଉକୃଷ୍ଟ ମାଧ୍ୟମ ରାଜନୀତିକୁ ସ୍ୱଚ୍ଛ, ନିର୍ମଳ କରିବାପାଇଁ ମଧୁବାବୁଙ୍କ ବଳିଷ୍ଠ ଯୁକ୍ତିକୁ ଚର୍ଚ୍ଚା କରିବାପାଇଁ ମଧ୍ୟ ଆଜିର ରାଜନେତା ଖୁବ ଭୟ କରୁଛନ୍ତି l ଆଜିର ସାଂସଦ, ବିଧାୟକ ମାନେ ଦରମା ବୃଦ୍ଧି ସହ ବିଭିନ୍ନ ପ୍ରକାର ଭତ୍ତା ଦାବିରେ ସରକାରକୁ ଅଚଳ କରିଦେବାର ଧମକ ଦେଉଛନ୍ତି, ଅଥଚ ଏ ଦେଶର ଚାଷୀ, ଶ୍ରମିକ, ଦଳିତ, ମହିଳା ଆଦି ଶୋଷିତ ଶ୍ରେଣୀ ପାଇଁ ସେମାନଙ୍କ ମୁହଁରୁପଦେ କଥା ବାହାରୁନାହିଁ l ଦରଦାମ ବୃଦ୍ଧି, ବେକାରୀ ସଙ୍କଟ ଭଳି ସମସ୍ୟାର ସମାଧାନ କରିବାରେ ଅକ୍ଷମ ସରକାର କୋଟି କୋଟି ଟଙ୍କାର ଦୁର୍ନୀତିରେ ବୁଡି ରହିଛନ୍ତି l ବଡ଼ ବଡ଼ ଶିଳ୍ପପତି, ପୁଞ୍ଜିପତିଙ୍କ କୋଟି କୋଟି ଟଙ୍କାର ଋଣକୁ ଛାଡ଼ କରି ସାଧାରଣ ଜନତାଙ୍କ ଉପରେ ଉକ୍ତ ଋଣ ବୋଝକୁ ଲଦିବାପାଇଁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରକୁ ବହୁ ଗୁଣରେ ବୃଦ୍ଧି କରୁଛନ୍ତି l ଏତଦସହ ମଧୁବାବୁଙ୍କ ମନ୍ତ୍ରିତ୍ୱ ସମୟରେ ସେ ଦୁଇଟି ଯୁଗାନ୍ତକାରୀ ବିଲ ଆଣିଥିଲେ l କୌଣସି ନିର୍ବାଚିତ ପ୍ରତିନିଧିଙ୍କ ନିଷ୍କ୍ରିୟତା ପାଇଁ ତାଙ୍କୁ ଫେରାଇ ଆଣିବା ଅଧିକାର ଜନତାଙ୍କ ପାଖରେ ରହିବା ଓ ଦଳିତଙ୍କ ଉତଥାନ ପାଇଁ ସାମାଜିକ ନିରାପତ୍ତା ବିଲ l ଏଣୁ ମଧୁବାବୁଙ୍କ ସ୍ୱପ୍ନର ଓଡିଶାକୁ ନିର୍ମାଣ କରିବାପାଇଁ ସମସ୍ତ ଓଡିଶାବାସୀ ଆଜି ସ୍ୱାଭିମାନୀ ଲଢେଇର ରାସ୍ତାକୁ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ବକ୍ତା ମାନେ ମତବ୍ୟକ୍ତ କରିଥିଲେ l ଆଜିର ସ୍ମରଣ ସଭାରେ ବରିଷ୍ଠ ସାମ୍ବାଦିକ ରବି ରଥ,ସମ୍ପାଦକ ଏସ.ଶାମ୍ବାଶିବା ରାଓ,ସିମାଞ୍ଚଳ ମହାନ୍ତି, ଅମୁଲ୍ୟ ଚନ୍ଦ୍ର ପଣ୍ଡା, କବିରାଜ ସାହୁ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ଡା. ନକୁଳ ସାହୁ,ଲାଲବାହାଦୁର ପଟ୍ଟନାୟକ, ଏସ. ପ୍ରକାଶ ଚନ୍ଦ୍ର ପାତ୍ର,ଗୁରୁଶ୍ରୀ ଶଙ୍କର୍ଷଣ ପାତ୍ର ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l

You may have missed