November 24, 2026

ପବିତ୍ର ବୋଇତ ବନ୍ଦାଣ :- ଓଡ଼ିଶା-ଆନ୍ଧ୍ର ସୀମାନ୍ତ ପୁଣ୍ୟତୋୟା ମହେନ୍ଦ୍ର ତନୟା ନଦୀରେ ଲକ୍ଷାଧିକ ଶ୍ରଦ୍ଧାଳୁ’ଙ୍କ ବୋଇତ ବନ୍ଦାଣ ..

IMG-20261124-WA0023
Share

ଗଜପତି:- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରତ୍ୟୁଷ ପାହାନ୍ତିଆ ରାତିରୁ ସମଗ୍ର ପାରଳାଖେମୁଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି ।- ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଶାର ପ୍ରାଚୀନ ଐତିହ୍ୟ, ପରମ୍ପରା ଓ ନୌ-ବାଣିଜ୍ୟ’ର ସ୍ମୃତି ବହନ କରୁଥିବା ବୋଇତ ବନ୍ଦାଣ ପର୍ବ ପାରମ୍ପରିକ ଭାବେ ପାଳିତ ହୋଇଥିଲା। । ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା ତଥା ଗଜପତି ଜିଲ୍ଲାଞ୍ଚଳ’ର ପ୍ରକୃତି, ସଂସ୍କୃତି ଓ ଜନଜୀବନ ସହିତ ଜଡ଼ିତ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ତଥା ପ୍ରବାହିତ ହେଉଥିବା ଏହି ପୁରାଣ ପ୍ରସିଦ୍ଧ ପୁଣ୍ୟତୋୟା ପବିତ୍ର ମହେନ୍ଦ୍ର ତନୟା ନଦୀ କୂଳରେ ଆଜି ଏହି ପର୍ବର ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ବେଶ୍ ସ୍ୱତନ୍ତ୍ର। ଯାହାକି, ଆଜିର ଦିବସରେ କେବଳ ମହେନ୍ଦ୍ର ତନୟା ନଦୀରେ ଉଭୟ ଓଡ଼ିଶା ଓ ଆନ୍ଧ୍ରର ଲକ୍ଷାଧିକ ଶ୍ରଦ୍ଧାଳୁ ପରମ୍ପରା ଅନୁଯାୟୀ ବୋଇତ ଭସାଇଛନ୍ତି । ଧର୍ମ ମାସ କାର୍ତ୍ତିକ ର ଆଜି ଅନ୍ତିମ ଦିବସ ହୋଇଥିବା ବେଳେ ପାରମ୍ପରିକ ଅନୁସାରେ ଆଜି ମଧ୍ୟରାତ୍ରରୁ ବିଭିନ୍ନ ପୁଷ୍କରିଣୀ, ସାଗର ଓ ନଦୀ ଝରଣା ମାନଙ୍କରେ ବୋଇତ ବନ୍ଦାଣ ତଥା ଡଙ୍ଗା-ଭସା ପର୍ବ ଦେଖିବାକୁ ମିଳିଥିଲା । ଉତ୍କଳୀୟ ପରମ୍ପରାରେ ଆଜି ଦିବସ’ଟିର ବିଶେଷ ମହତ୍ତ୍ୱ ରହିଥିବା ବେଳେ ଧାର୍ମିକ ବିଧି ପାଳନ ପାଇଁ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ବିଭିନ୍ନ ନଦନଦୀ, ବନ୍ଧ, ସାଗର, ଝରଣା ମାନଙ୍କରେ ସାଜସଜ୍ଜା ହୋଇଥିବା ବିଭିନ୍ନ ରକମର ଡଙ୍ଗା ଭସାଇଥିବା ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁ ମାନେ ପବିତ୍ର ସ୍ନାନ କରି କଦଳୀ ପାଟୁଆ, ସୋଲ ଓ ରଙ୍ଗୀନ କାଗଜରେ ବିଭିନ୍ନ ଆକର୍ଷଣୀୟ ସାଜସଜ୍ଜାରେ ନିର୍ମିତ କ୍ଷୁଦ୍ର ବୋଇତରେ ଦୀପ, ପାନ ଓ ଗୁଆ ରଖି ତୁଳସୀ ଚଉଁରା ମୂଳେ ପୂଜାର୍ଚ୍ଚନା କରି ଡଙ୍ଗା ଭସାଇ ଥିଲେ। ଏହି ଅବସରରେ ପାରମ୍ପରିକ ପ୍ରସିଦ୍ଧ ଲୋକଗୀତ ଆ କା ମା ବୈ ପାନ-ଗୁଆ ଥୋଇ ଗୀତ ମାଧ୍ୟମରେ ପୂର୍ବପୁରୁଷଙ୍କ ସାମୁଦ୍ରିକ ଯାତ୍ରା ଓ ଗୌରବମୟ ନୌ-ବାଣିଜ୍ୟ ପରମ୍ପରାକୁ ସ୍ମରଣ କରିଥିଲେ । ମହିଳା ମାନଙ୍କ ହୁଳହୁଳୀରେ ସମଗ୍ର ନଦୀ ଅଞ୍ଚଳ ଆଧ୍ୟାତ୍ମିକ ତଥା ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି ଅବସରରେ ଶ୍ରଦ୍ଧାଳୁ ମାନେ ମଧ୍ୟ ରାତ୍ରିରୁ ବୋଇତ ବନ୍ଦାଣ ଅଭିମୁଖେ ବାହାରି ନଦୀରେ ସ୍ନାନ ବୁଡ଼ ପକାଇ ତୁଳସୀ ଚଉରା ମୂଳେ ପାରମ୍ପରିକ ପୂଜାର୍ଚ୍ଚନା କରି ବୋଇତ ସଜବାଜ କରି ନୂଆ ଲୁଗା ପରିଧାନ କରି ବୋଇତ ଭସାଇ ଥିଲେ । ଅଧିକାଂଶ ରେ ଶ୍ରଦ୍ଧାଳୁ ମାନେ କଦଳୀ ପାଟୁଆ ରେ ବୋଇତ ପ୍ରସ୍ତୁତ କରି ଭସାଇଥିଲେ। । ମହେନ୍ଦ୍ର ତନୟା ନଦୀ ସମେତ ପାରଳାଖେମୁଣ୍ଡି ସହରର ସଦାରାମ ପୋଖରୀ , ଦୋଳ ବନ୍ଧ, ରାମ ସାଗର ଓ ସୀତା ସାଗରରେ ହଜାର ହଜାର ଶ୍ରଦ୍ଧାଳୁ ବୋଇତ ଭସାଇଥିଲେ । ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶ ମଧ୍ୟରେ ଚଳଚଞ୍ଚଳ ହୋଇ ଉଠିଥିଲା । ବୋଇତ ଭସାଇବା ପରେ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଶ୍ରୀ-ମନ୍ଦିରରେ ତିନି ଠାକୁର’ଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ’ଙ୍କ ଭିଡ ଜମିଥିଲା । ଏଥିସହ ଅନ୍ୟାନ୍ୟ ଦେବାଳୟରେ ଦର୍ଶନ ଏବଂ ପରେ ସହରରେ ଏକମାତ୍ର ମେଢ଼,ମାସ ବ୍ୟାପି ପୂଜା ପାଉଥିବା ଭଗବାନ କାର୍ତ୍ତିକ’ଙ୍କ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ ମାନେ । ଜରୁରୀ ସେବା ପାଇଁ ନଦୀ , ସାଗର ଓ ପୋଖରୀ ମାନଙ୍କ ଠାରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ବିଭିନ୍ନ ସରଞ୍ଜାମ ସହ ସଜାଗ ପହରା ଦେଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ମନ୍ଦିର ମାନଙ୍କରେ ପୋଲିସ ମୃତୟନ ରହିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପ୍ରାଚୀନ କଳିଙ୍ଗର ସାଧବ ପୁଅ ମାନେ ସେତେବେଳେ ବାଣିଜ୍ୟ ପାଇଁ ବାଲି, ଜାଭା ଓ ସୁମାତ୍ରା ଆଦି ଦେଶକୁ ବୋଇତରେ ହିଁ ଯାତ୍ରା କରୁଥିଲେ । ସେହି ଗୌରବ ମୟ ମହତ୍ତ୍ୱପୂର୍ଣ୍ଣ ଐତିହ୍ୟକୁ ଆଜି ମଧ୍ୟ ବୋଇତ ବନ୍ଦାଣ ପରମ୍ପରା ଲୋକ ମାନସରେ ଜୀବନ୍ତ ରଖିଛି ।——————————— ଗଣେଶ କୁମାର ରାଜୁପାରଳାଖେମୁଣ୍ଡି(ଗଜପତି)——————————————

You may have missed