ଆଜିର ଖବର..
ଉପକୂଳ ଓ ସଂଲଗ୍ନ ଜିଲ୍ଲା ଏବଂ କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ ଓ ରାୟଗଡ଼ା ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ। ୨ ତାରିଖ ପର୍ଯ୍ୟନ୍ତ ଏହିଭଳି ପାଗ ଜାରି ରହିବ
ଆସନ୍ତା କାଲି ରାଜ୍ୟର ନୂଆ ଏନଏସି ଓ ମହାନଗର ନିଗମର ନାମ ଘୋଷଣା କରିବେ ସରକାର
ଜାତୀୟ କ୍ରୀଡ଼ା ଦିବସରେ ୨୦୨୪ ବର୍ଷ ପାଇଁ ବିଭିନ୍ନ ବର୍ଗରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କଲେ ରାଜ୍ୟପାଳ କମ୍ଭମପତି
୨୦ ବର୍ଷରୁ ଅଧିକ ଜେଲ୍ରେ ଥିବା ବନ୍ଦୀଙ୍କୁ ମୁକ୍ତି ପ୍ରସଙ୍ଗରେ ପୁନର୍ବିଚାର ପାଇଁ ଏସଏସଆରବି (ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ) କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଅଗଷ୍ଟ ୩ ତାରିଖରେ ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଧାଡି ଦର୍ଶନ ବ୍ୟବସ୍ଥାକୁ ନେଇ ଆଲୋଚନା ହେବ।
ଓକିଲାତି ଲାଇସେନ୍ସ ଧାରୀ ଅନ୍ୟ ଲାଭଜନକ ପଦବୀ ମନା। ଉଲ୍ଲଙ୍ଘନ ହେଲେ ଅପରାଧ ବୋଲି ଧରାଯିବ।
ପୁଣି ଡ୍ରୋନ ଦ୍ୱାରା ପାର୍ବଣ ଭିଡ ପରିଚାଳନା ହେବ। ପୂଜା ଉପରେ ନଜର ରଖିବ ସିସିଟିଭି ଓ ଡ୍ରୋନ। ପୁରୀ ରଥଯାତ୍ରାରେ ଫେଲ ହୋଇଥିଲା ସିଷ୍ଟମ
କଟକ ରେଳ ଷ୍ଟେସନରେ ଭୁଶୁଡ଼ିବା ଘଟଣାରେ ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ନୋଟିସ୍, ୭ ଦିନ ଭିତରେ ଜବାବ ଦେବାକୁ ନିର୍ଦ୍ଦେଶ।
ସ୍ୱାୟତ୍ତ ଶାସନ ଦିବସରେ ଭୁବନେଶ୍ୱର ବିଏମ୍ସିର ପ୍ରସ୍ତୁତି। ଜାମୁକୋଳିରେ ନୂଆ ଗୋଶାଳା, ସତ୍ୟନଗର ଶ୍ମଶାନ ଉଦ୍ଘାଟନ ହେବ ବୋଲି ସୂଚନା ଦେଲେ କର୍ପୋରେଟର ପ୍ରୀତିନନ୍ଦା
ନବରଙ୍ଗପୁରରେ କୃଷି ବିଭାଗରେ ଖାଲିପଡ଼ିଛି ୧୧୧ ପଦବି, କାମ କରିବାକୁ କେହି ନାହାନ୍ତି। ଚାଷ ଓ ଚାଷୀ ଅବହେଳିତ
ଯାଜପୁର ବଡଚଣାରେ ସାପ କାମୁଡ଼ାରେ ନାତୁଣୀର ଜୀବନ ଗଲା, ମୃତ୍ୟୁ ଖବର ଶୁଣି ଜେଜେଙ୍କର ଜୀବନ ଚାଲିଗଲା
କେନ୍ଦ୍ରାପଡ଼ା କୋଚିଳା ଗ୍ରାମରେ ତଳି ରୋଇବାକୁ ନେଇ ଗୋଷ୍ଠୀ ସଂଘର୍ଷ, ବିବାଦର ସମାଧାନ ପାଇଁ ପୁଲିସର ଉଦ୍ୟମ ଜାରି।
ଗଞ୍ଜାମ ଦିଗପହଣ୍ଡିରେ ବାଇକ୍କୁ ଚାପିଦେଲା ଟାଟା ଏସିଇ, ଘଟଣାସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ।
ମୟୁରଭଞ୍ଜ ମହୁଲଡ଼ିହି ରେ ୪ ଗୋରୁ ବୋଝେଇ ପିକଅପ୍ରୁ ୨୯ ଗାଈ ଓ ୫ ବଳଦ ଉଦ୍ଧାର।
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକରେ ବନ୍ୟାର ବିଭୀଷିକାରେ ଛଟପଟ ବିପନ୍ନ, ଖାଇବାକୁ ଦାନା ନାହିଁ କି ପିନ୍ଧିବାକୁ କନା ନାହିଁ
ସୁନ୍ଦରଗଡ ରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସଂସ୍କୃତ ଶିକ୍ଷକଙ୍କ ନାମରେ ଏତଲା, ନିଲମ୍ବନ କଲେ ଜିଲ୍ଲା ଶିକ୍ଷା ଅଧିକାରୀ
ବିଶାଖାପାଟଣା-କୋଟାବାଲସା ମଝିରେ ମାଲଵାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ
ମାଲକାନଗିରି ସୀମାନ୍ତ ଛତିଶଗଡରେ ନକ୍ସଲ ପୁଣି ଜଣେ ଆଦିବାସୀ ଯୁବକକୁ ନିର୍ମମ ହତ୍ୟା କରିଛନ୍ତି
ବିହାରରେ ବିଦେଶୀ ସନ୍ଦେହରେ ୩ ଲକ୍ଷ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ। ନାଗରିକତା ପ୍ରମାଣ ନଦେଲେ ଭୋଟର ନାଁ କଟିବ
ବିହାରରେ ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା
ବିଶ୍ବ ବ୍ୟାଡ୍ମିଣ୍ଟନ ଚମ୍ପିଆନ୍ସିପ ରେ ବିଶ୍ବର ୨ନଂ ଖେଳାଳିଙ୍କୁ ହରାଇ କ୍ବାର୍ଟର ଫାଇନାଲରେ ପହଁଚିଲେ ସିନ୍ଧୁ।
ଏସିଆ କପ୍ ହକିରେ ଭାରତର ହରମନପ୍ରୀତଙ୍କ ହ୍ୟାଟ୍ରିକ୍, ପ୍ରଥମ ମୁକାବିଲାରେ ଚୀନ ହାରିଲା
ଡଲାର ତୁଳନାରେ ଟଙ୍କା ଅତି ଦୁର୍ବଳ ହେଲା। ପ୍ରଥମ ଥର ୮୮ ଟପିଲା ଯାହା ସର୍ବକାଳୀନ ରେକର୍ଡ
ସର୍ବବୃହତ୍ ତୈଳ ଭଣ୍ଡାର ଦେଶ ଭେନେଜୁଏଲା ଉପରେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତି ଆରମ୍ଭ କଲା
ଆଜି କ୍ଷୁଦ୍ର ଶିଳ୍ପ ଦିବସ
ଆଜରବାଇଜାନ ସ୍ୱାଧୀନତା ଦିବସ
ଆଜି ଜନ୍ମଦିନ: ଜାହାଙ୍ଗିର, ରବିଶଙ୍କର ପ୍ରସାଦ, ବିନାୟକ ଆଚାର୍ଯ୍ୟ, ଅନୁ ଚୌଧୁରୀ, ପାରମିତା ଶତପଥୀ (ଲେଖିକା)
ଆଜି ତିରୋଧାନ: କେକେ ବିରଲା
ଇତିହାସରେ ଆଜି: (୧୫୭୪) ଗୁରୁ ରାମଦାସ ହେଲେ ଚତୁର୍ଥ ଶିଖ ଗୁରୁ/ (୧୭୭୩) ମରାଠା ପେଶୱା ନାରାୟଣ ରାଓଙ୍କୁ ହତ୍ୟା କଲେ ମାମୁଁ ରଘୁନାଥ ରାଓ/ (୧୯୨୮) ଭାରତୀୟ ସ୍ୱାଧୀନତା ଲିଗ ସ୍ଥାପିତ/ (୧୯୪୫) ସିଙ୍ଗାପୁର କୁ ବ୍ରିଟିଶଙ୍କୁ ହସ୍ତାନ୍ତର କଲା ଜାପାନ/ (୧୯୯୧) ଆଜେରବାଇଜାନ କଲା ସ୍ବାଧୀନତା ଦିବସ ଘୋଷଣା/ (୧୬୫୯) ଭାଇ ଦାରା ଶିକୋ କୁ ଫାଶୀଦେଲେ ଆଉରଙ୍ଗଜେବ
=======================
*ବନ୍ଦେ ଉତ୍କଳ ଜନନୀ*
