ବୁଗୁଡ଼ା ଅଞ୍ଚଳରେ ଧୂମଧାମରେ ଗଣେଶ ପୂଜା
ଅନୁଷ୍ଠିତ
ବୁଗୁଡା : ତା୨୭/୦୮/୨୫ : ଏ ବର୍ଷ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ଜାକଜମକରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର , ନିୟୁ ଏରା ପବ୍ଲିକ୍ ସ୍କଲ, ସାଇ ସରସ୍ବତୀ ଶିଶୁ ମନ୍ଦିର, ପିପୁଲ୍ସ ହାଇସ୍କୁଲ ଓ ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ବିଭିନ୍ନ ସ୍କୁଲ ,କଲେଜ ଓ କୋଚିଂ ସେଣ୍ଟରରେ ଉତ୍ସାହର ସହ
ବିଦ୍ୟାଦାତା ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ଅନୁଷ୍ଠିତ
ହୋଇଯାଇଛି । ଏଥି ସହ ବୁଗୁଡା ସହରାଞ୍ଚଳର ଗଣେଶ
ମାର୍କେଟ୍ କମ୍ପ୍ଲେକ୍ସ, ଅରବିନ୍ଦ ନଗର ,ପ୍ରେମଚାନ୍ଦ ନଗର, ପୁରୁଣା ବସଷ୍ଟାଣ୍ଡ , ଯାଦବ ସାହି, ବଡଦାଣ୍ଡ ସାହି, ବେତାରସିଂ ରୋଡ ସାହି, ଅର୍ଣ୍ଣପୂର୍ଣ୍ଣା ନଗର , ବାଗଦେବୀ ସାହି, ତଳ ଓଡ଼ିଆ ସାହି , ବେଙ୍ଗେଇ ବନ୍ଧ ସାହି , ବାଲିପିଣ୍ଡି ସାହି, କେନାଲ ସାହି ଏବଂ ଗ୍ରାମାଞ୍ଚଳର କରଚୁଲି ,କରସିଙ୍ଗି,ଖରିଡା ବାଲିପଦର , ପଙ୍କଳବାଡି, ଗୋଳାବନ୍ଧ, ଅନ୍ତରପଡା, କତକଲା, ଗୋଲିଆ , ବାଦୁଆ ସମେତ ବିଭିନ୍ନ ସ୍ଥାନରେ ବିଘ୍ନରାଜଙ୍କ ପୂଜା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ଯା ସମୟରେ ବିଭିନ୍ନ ମେଢ ନିକଟରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା ।
