May 13, 2026

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଜୁରାଗାଡିଆ ଠାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ସାମାଜିକ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

IMG-20250827-WA0042
Share

     ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଜୁରାଗାଡିଆ ଠାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ସାମାଜିକ ଭିତ୍ତିଭୂମି ପ୍ରକଳ୍ପ ଗୁଡ଼ିକର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସନ୍ତ୍ରି ଛକରୁ ମହିଧର ଦେଇ ହାତୁରା ପର୍ଯ୍ୟନ୍ତ ସୌରଶକ୍ତି ପରିଚାଳିତ ରାସ୍ତା ଆଲୋକୀକରଣ ଏବଂ ଏନଏଚ୍ -୫୫ର ଇଟାପଠାରୁ ନୂଆହତା ପର୍ଯ୍ୟନ୍ତ ଆଲୋକୀକରଣ ବ୍ୟବସ୍ଥା କରିବାର କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ଟାଟା ଷ୍ଟିଲ ଫାଉଣ୍ଡେସନକୁ ଶୁଭେଚ୍ଛା ଜଣାଇବା ସହିତ ଏହି ପଦକ୍ଷେପ ଦ୍ୱାରା ଲୋକମାନଙ୍କ ଯାତାୟତ ସହଜ ଓ ସୁରକ୍ଷିତ ହେବ ବୋଲି ମତବ୍ୟକ୍ତ କରିଛନ୍ତି ! ମହିଧରପୁର ଠାରୁ ହାତୁରା ପର୍ଯ୍ୟନ୍ତ ଲାଇଟ୍ ବ୍ୟବସ୍ଥା କରିବାର ପ୍ରତିଶ୍ରୁତି ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ