ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ (OSNLEA) ର ଗ୍ରାଣ୍ଟ – ଇନ୍ – ଏଡ ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ..

IMG-20250824-WA0006
Share

 

ନୀଳଗିରି ( ଦେବାଶିଷ ଦାଶ )

 

ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ (OSNLEA) ଦୀର୍ଘ ବର୍ଷ ହେବ ସଂଘର ସଭାପତି ବିଶ୍ବରଂଜନ ଦାସ ଙ୍କ ନେତୃତ୍ୱ ରେ ଗଣତାନ୍ତ୍ରିକ ଉପାୟରେ ସରକାରଙ୍କ ନିକଟରେ ଦାବି ଉପସ୍ଥାପିତ କରିଆସୁଅଛି। ହେଲେ ସରକାର ଦାବୀ ପୂରଣ କରୁନଥିବାରୁ ନୀଳଗିରି ମହାବିଦ୍ୟାଳୟ ରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି। ରାଜ୍ୟର ବିଭିନ୍ନ ଅନୁଦାନ ପ୍ରାପ୍ତ ଓ ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ୨୦୦୮ ରୁ ୨୦୧୮ ମଧ୍ୟରେ ପରିଚାଳନା କମିଟି ଦ୍ୱାରା ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ପାଇଛନ୍ତି। ହେଲେ ରାଜ୍ୟ ସରକାର ଏମାନଙ୍କୁ ସରକାରୀ ଅନୁଦାନ ପରିସରଭୁକ୍ତ କରିନାହାନ୍ତି। ବିଜେପି ସରକାର ଆସିବା ଦିନଠାରୁ ଆଜି ପର୍ଯ୍ୟନ୍ତ ୧୩ ମାସ ମଧ୍ୟରେ ସଂଘ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣୀ କୁ ୧୨ ଥର ଯାଇ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରତ୍ୟକ୍ଷ ସାକ୍ଷାତ କରି ଦାବିପତ୍ର ଦେଇଛି। ଦସ୍ତଖତ ଅଭିଯାନ ମାଧ୍ୟମରେ ଦେଢ଼ ଲକ୍ଷ ସାଧାରଣ ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରିଛି ସଂଘ। ମତ ମନ୍ତବ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ୩୧୪ ବ୍ଲକର ବୁଦ୍ଧିଜୀବୀ ମାନଙ୍କର ମନ୍ତବ୍ୟ କୁ ସରକାରଙ୍କ ନିକଟରେ ଉପସ୍ଥାପିତ କରାଯାଇଛି। ଅନଲାଇନ ଜନଶୁଣାଣୀ, ୩୦ ଜିଲ୍ଲାର ଜିଲ୍ଲାପାଳ ଙ୍କ ସମ୍ମୁଖରେ ଧାରଣା ଦିଆଯାଇଛି, ହେଲେ ଫଳ କିଛି ମିଳିଲା ନାହିଁ। ଗତ ୧୬.୦୮.୨୫ ରେ ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗ ରେ ସଂଘ ବିରାଟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସୁଦ୍ଧା, ବିକ୍ଷୋଭ ସ୍ଥଳରୁ ସଂଘର ପ୍ରତିନିଧି ଦଳକୁ ଡାକି ମୁଖ୍ୟମନ୍ତ୍ରୀ କୌଣସି ଆଲୋଚନା କଲେ ନାହିଁ। ଏଣୁ ୧୮.୦୮.୨୦୨୫ ରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟ ସାରା ମହାବିଦ୍ୟାଳୟ ସମ୍ମୁଖରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁରହିଛି। ଗୋଟିଏ ମାତ୍ର ଦାବି ଯଥାଶୀଘ୍ର ସରକାରୀ ଅନୁଦାନ (Grant-in-Aid) ପ୍ରଦାନ କରନ୍ତୁ। ଯେତେ ପର୍ଯ୍ୟନ୍ତ ସରକାର ଦାବୀ ପୂରଣ କରି ନାହାଁନ୍ତି ସେତେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନ କରୁଥିବା ଏହି ମହାବିଦ୍ୟାଳୟ ର ଅଧ୍ୟାପକ/ ଅଧ୍ୟାପିକା ତଥା କର୍ମଚାରୀ ମାନେ ପ୍ରକାଶ କରଛନ୍ତି।