ନୀଳଗିରି ଉପ-କାରାଗାର ସ୍ଥାନାନ୍ତରଣ ହେବନାହିଁ..
ନୀଳଗିରି ( ଦେବାଶିଷ ଦାଶ )
ଆଜି ବାଲେଶ୍ୱର ର ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୋଲିସ ଡିଜି ଓ ପୂର୍ବତନ ପୁଲିସ ଡିଜି ତଥା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର ଙ୍କ ଉପସ୍ଥିତିରେ ବାଲେଶ୍ୱର ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ନୀଳଗିରି ଜେଲ୍ ସ୍ଥାନାନ୍ତରିତ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଜେଲ୍ ରେ କଏଦୀ ଙ୍କ ସଂଖ୍ୟା କମ ଓ ବାଲେଶ୍ୱର ମୁଖ୍ୟ ଜେଲ୍ ମାତ୍ର ୨୦ କିଲୋମିଟର ଭିତରେ ଥିବାରୁ ସରକାରଙ୍କ ପକ୍ଷରୁ ଉକ୍ତ ଉପ କାରାଗାର ସ୍ଥାନାନ୍ତରଣର ନିଷ୍ପତି ହୋଇଥିଲା । ତେବେ
ସାଂସଦ ଙ୍କ ବିନମ୍ର ଅନୁରୋଧ କ୍ରମେ ମାନ୍ୟବର ମୁଖ୍ୟମନ୍ତ୍ରୀ ନୀଳଗିରି ଉପକାରାଗାର କୁ ବାଲେଶ୍ୱର ଜେଲ ସହିତ ମିଶ୍ରଣ କରାଯିବ ନାହିଁ ବୋଲି ସମ୍ମତି ପ୍ରକାଶ କରିବା ସହ ସରକାରୀ ନିର୍ଦେଶାବଳୀକୁ ପ୍ରତ୍ୟାହାର କରିବା ପାଇଁ ନିର୍ଦେଶ ଦେଇ ଥିବା ଜଣାଯାଇଛି।
ଏଥିପାଇଁ ନୀଳଗିରି ଗଡଜାତ ମାଟିର ସନ୍ତାନ ହିସାବରେ ସମସ୍ତ ନୀଳଗିରି ବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅନ୍ତରରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
