ଗୋରୁ ଚାଲାଣ ବେଳେ ଗୋରୁ ଗାଡ଼ି ଜବତ
ବାଲିଆପାଳ ( ଦେବାଶିଷ ଦାଶ )
ଓଡିଶାରୁ ପଶ୍ଚିମବଙ୍ଗ କୁ ଗୋରୁ ଚୋରା ଚାଲାଣ ବେଳେ ଗୋରୁ ବୋଝେଇ ପିକଅପ ଭ୍ଯାନ୍ ଅଟକ ରଖି ପୋଲିସ କୁ ଜିମା ଦେଲେ ବଜରଙ୍ଗ ଦଳର କର୍ମୀ, ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଖାଳମୁହାଣୀ ଛକ ରେ ପିକଅପ ଭ୍ଯାନ୍ ଜବଦ କରିବା ସମେତ 8 ଟି ଗୋରୁ ଉଦ୍ଧାର କରିଛି ପୋଲିସ, ରାତି ରେ ଗୋରୁ ବୋଝେଇ କରି ପିକଅପ ଭ୍ଯାନ୍ ଟି ଦ୍ରୂତ ଗତି ରେ ଯାଉଥିବା ବେଳେ ବଜରଙ୍ଗ ଦଳ ର କର୍ମୀ ମାନେ କୌଣସି ସୂତ୍ର ରୁ ଖବର ପାଇ ଖାଳମୁହାଣୀ ଛକ ନିକଟର ଗାଡି କୁ ଅଟକାଇ ଥିଲେ, ଘଟଣା ସ୍ଥଳରୁ ଡ୍ରାଇଭର ଗାଡି ଛାଡି ଚମ୍ପଟ ମାରିଥିବା ବେଳେ ଖବର ପାଇ ବାଲିଆପାଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡି ଜବଦ କରି ଅଧିକ ତଦନ୍ତ ଜାରି ରଖିଛନ୍ତି l
