ସନ୍ତରାଗଡିଆ ନୋଡାଲ ହାଇସ୍କୁଲ ରେ ମଧ୍ୟାନ ଭୋଜନ ଦୁର୍ନୀତି..
ନୀଳଗିରି ( ଦେବାଶିଷ ଦାଶ )
ଔପଦା ବ୍ଲକ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ରେ ସନ୍ତରାଗଡିଆ ନୋଡାଲ ହାଇସ୍କୁଲ ରେ ଗତ ତା ୨୦ /୮ ରିଖ ପ୍ରଧାନ ଶିକ୍ଷକ ୧୫ ରୁ ଉର୍ଦ୍ଧ ପିଲା ଙ୍କୁ ଜାତି ପ୍ରମାଣପତ୍ର ଆଣିବା ପାଇଁ ମଧ୍ୟାନ ଭୋଜନ ପୂର୍ବରୁ ଘରକୁ ପଠାଇ ଥିବା ବେଳେ ଉକ୍ତ ପିଲା ମନେ ଘରୁ ଫେରିଲେ ତାଙ୍କ ପାଇଁ ମଧ୍ୟାନ୍ନ ଭୋଜନ ରଖିଥିବା ପାଇଁ ରୋଷେଇଆ ଏବଂ ପରିଚାଳନା ଦାୟିତ୍ୱ ରେ ଥିବା ମା ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ ଙ୍କୁ ଅବଗତ କରିଥିବା ବେଳେ ମାଧ୍ୟାନ୍ନ ଭୋଜନ ବିତରଣ ଶେଷ ପୂର୍ବରୁ ମା ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ମlନେ ୧୫ ରୁ ଉର୍ଦ୍ଧ ଅଣ୍ଡା ଚୋରାଇ ଘରକୁ ନେଇଯାଇଥିବା ବେଳେ ପିଲା ମlନେ ସ୍କୁଲ ଫେରି ବିନା ଅଣ୍ଡା ରେ ମାଧ୍ୟାନ୍ନ ଭୋଜନ ଖାଇ ଥିଲେ l
ଏ ନେଇ ପିଲା ମାନେ ଏସ ଏମ ସି କମିଟି ସଭାପତି ମୁକ୍ତିକାନ୍ତ ବାରିକ ଙ୍କୁ ଅବଗତ କରିଥିବା ବେଳେ ଶ୍ରୀ ବାରିକ ସ୍କୁଲ ରେ ପହଁଞ୍ଚି ତାଗିଦ କରିବା ପରେ ପ୍ରଧାନ ଶିକ୍ଷକ ଙ୍କ ନିର୍ଦେଶ କ୍ରମେ ପୁଣି ଗୋଷ୍ଠୀ ର ମହିଳା ମାନେ ନେଇଯାଇଥିବା ଅଣ୍ଡା କୁ ଘରୁ ଆଣି ପିଲା ମାନଙ୍କ ମଧ୍ୟରେ ବଣ୍ଟନ କରିଥିଲେ l ସୂଚନା ମୁତାବକ ଉକ୍ତ ଗ୍ରୁପ ର ମହିଳା ମାନେ ବିଗତ ୧ ବର୍ଷ ଧରି ମାଧ୍ୟାନ୍ନ ଭୋଜନ ବଣ୍ଟନ ରେ ଦୁର୍ନୀତି କରୁଥିବା ବେଳେ ଏ ନେଇ ଏସଏମସି କମିଟି ସାଂସଦ, ଜିଲ୍ଲା ଶିକ୍ଷା ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକରି ଙ୍କୁ ଲିଖିତ ଅଭିଯୋଗ କରିଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏ ନେଇ ତଦନ୍ତ କରି ସହାୟିକା ଗୋଷ୍ଠୀ ର ତ୍ରୁଟି ଉପଲବ୍ଧି କରି ଆଗାମୀ ଦିନ ରେ ଏ ଭଳି ଭୁଲ ର ପୁନରାବୃତ୍ତି ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଲିଖିତ କ୍ଷମା ପ୍ରାର୍ଥନା ଗୋଷ୍ଠୀ ଙ୍କ ଠାରୁ ନେଇଥିବା ବେଳେ ଗୋଷ୍ଠୀ ର ବ୍ୟବହାର ରେ ପରିବର୍ତନ ନ ଆସିବା କାରଣ ରୁ ଏସ ଏମ ସି କମିଟି ସଜାଗ ରହିଥିଲା ଗତ କାଲି ଅଣ୍ଡା ଚୋରି ର ଅନେକ ପ୍ରମାଣ କମିଟି ହସ୍ତଗତ କରିଥିବା ବେଳେ ଏ ନେଇ ଗୋଷ୍ଠୀ ଉନୟନ ଅଧିକାରୀ ଦୃଢ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି l ୭ ଦିନ ମଧ୍ୟରେ ଦୃଢ ପଦକ୍ଷେପ ନ ନେଲେ ଆଗାମୀ ଦିନ ରେ ସ୍କୁଲ ଆଗରେ କମିଟି ଅନିର୍ଦ୍ଧିଷ୍ଟ କାଳ ଧାରଣା ରେ ବସିବା ନେଇ ଚେତାବନୀ ଦେଇଛନ୍ତି ..
