April 29, 2026

ଶ୍ରୀକ୍ଷେତ୍ରରେ ପ୍ରଥମ କରି ଅନୁଷ୍ଠିତ ହେବାକୁ ଯାଉଛି ନୂଆଁଖାଇ ଭେଟଘାଟ                     

IMG-20250824-WA0003
Share

 

ପୁରୀ: ପଶ୍ଚିମ ଓଡ଼ିଶାର ପବିତ୍ର ଗଣପର୍ବ ନୂଆଁଖାଇ ଭେଟଘାଟ ପ୍ରଥମ କରି ଶ୍ରୀକ୍ଷେ ତ୍ରରେ ଧୁମଧାମରେ ଅନୁଷ୍ଠିତ ହେବ ବୋଲି ସୁବର୍ଣ୍ଣପୁରର ଏକ ସାଂସ୍କୃତିକ ଅନୁଷ୍ଠାନ ରୁମକୁଝୁମାନାର ସଭା ପତି ସାସ୍ଵତ କୁମାର ତ୍ରିପାଠୀ ସୂଚନା ଦେଇ ଛନ୍ତି। ତାଙ୍କ କହିବାନୁଯାୟୀ, ଆସନ୍ତା ଅଗଷ୍ଟ ୩୧ ତାରି ଖ ସକାଳ ୧୦ ଟାରୁ ଅପରା ହ୍ନ ୫ ଟା ପର୍ଯ୍ୟନ୍ତ ସିଟିରୋଡ଼ସ୍ଥିତ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହେବ। ଏଥିରେ ପଶ୍ଚିମ ଓଡ଼ିଶାର ଲୋକ କଳା, ଲୋକନୃତ୍ୟ ଓ ସଙ୍ଗୀତକୁ କଳାକାର ମା ନେ ଅଭିନୟ ଜରିଆରେ ପରିବେଷଣ କରିବେ। ସେହିଭଳି ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କବି ଓ କଳା କାରମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ଆବାହକ ଶ୍ରୀମନ୍ତ କୁମାର ଦାଶ ଓ ଗଣମାଧ୍ୟମ ସଂଯୋଜକ ତଥା ଆନ୍ତଜାତିୟ ବାଲୁ କାଶିଳ୍ପୀ ସୁଦାମ ପ୍ରଧାନ ଏକ ପ୍ରେସ ଇସ୍ତାହାର ଜରିଆରେ ଗଣମାଧ୍ୟମକୁ ଅବଗତ କରିଛନ୍ତି। ଏହି ସମୟରେ ରୁମକୁଝୁମାନାର କଳାକାରମାନେ ଉପସ୍ଥିତ ଥିଲେ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed