April 28, 2026

ସାମାଜିକ ଚଳଣି ବିଷୟରେ ଶିକ୍ଷା ଦିଏ ପୁରା ଉଆଁସ..

IMG-20250824-WA0001
Share

(ପରମ୍ପରା ବିଷୟରେ ଶିଶୁଙ୍କୁ ଶିକ୍ଷା ଦେବାକୁ ସମ୍ବଲପୁରୀ ଡେରାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ)

 

ସମ୍ବଲପୁର(ରାଜାରାମ ଷଡ଼ଙ୍ଗୀ)ପଶ୍ଚିମାଞ୍ଚଳ ଏକତା ମଞ୍ଚ ନାରୀ ଶକ୍ତି ପକ୍ଷରୁ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ପାରମ୍ପାରିକ ପୁରା ଉଆଁସ ବା ସପ୍ତପୁରୀ ଅମାବାସ୍ୟା ପାଳନ କରାଯାଇଥିଲା।ଛୋଟ ଛୋଟ ପିଲା ମାନେ ଭବିଷ୍ୟତ ସଂସାରର ଚଳଣୀକୁ ଖେଳ ମାଧ୍ୟମରେ ଶିକ୍ଷା ଦେବାପାଇଁ ଏହି ଉତ୍ସବ ପାଳନ କରାଯାଇଥାଏ।ଏହି ଦିନ ମା’ମାନେ ଝିଅ ମାନଙ୍କ ପାଇଁ ମାଟି ତିଆରି କୁଣ୍ଢିକାଞ୍ଚି ଖେଳିବା ପାଇଁ ଦେଇଥାନ୍ତି।ସେହିପରି ପୁଅ ପିଲା ମାନେ କାଠ ଏବଂ ମାଟି ତିଆରି ବଳଦ,ହାତୀ,ଘୋଡା ଖେଳିଥାନ୍ତି। ତେବେ ସାଂସାରିକ ଜୀବନ ଜିଇଁବା ପାଇଁ ପିଲାଟି ଦିନରୁ ମାଆ ବାପା ମାନେ ପୁଅଝିଅକୁ ଏହି ପର୍ବ ମାଧ୍ୟମରେ ଶିକ୍ଷା ଦେଇଥାନ୍ତି। ସମ୍ବଲପୁରୀ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ତିଆରି ହୋଇଥିବା ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଏହି ପାରମ୍ପାରିକ ଉତ୍ସବ ବିଷୟରେ ସହରର ଶିଶୁ ମାନଙ୍କୁ ଶିକ୍ଷା ଦେବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ନାରୀ ଶକ୍ତି ପକ୍ଷରୁ ପୁରା ଉଁଆସ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଚାଉଁରପୁରରୁ ଆସିଥିବା କୁନି ଝିଅମାନେ ଚାଙ୍ଗୁଡିରେ ମୁଗ,ଗହମ, ଚଣା ଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀ ସହ ଦେବାଦେବୀଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ।ଏହା ପରେ ମହିଳା ସଦସ୍ୟା ମାନେ ଶିଶୁ ମାନଙ୍କୁ ବନ୍ଦାପନା କରିଥିଲୋ।ଏହା ସହ କୁନିପୁଅ ମାନଙ୍କୁ ଚାଷ ବାସରେ ବ୍ୟବହୃତ ସାମଗ୍ରୀ ଗୁଡିକ ବିଷୟରେ ଅବଗତ କରାଯାଇଥିଲା। ଏଥିରେ କୁନି ପୁଅ ଝିଅଙ୍କ ଅଂଶ ଗ୍ରହଣ କରୁଥିବା ବେଳେ ବୟସ୍କ ମାନେ ସେମାନଙ୍କୁ ମାର୍ଗଦର୍ଶନ କରିଥିଲେ।ଗାଁ ରେ ଧାନ ଅମଳ ପୂର୍ବରୁ ଚାଷବାସ ସହ ଜଡିତ ଗାଇ ବଳଦ ହଳ ନଙ୍ଗଳ,ଶଗଡ ବିଷୟରେ ଘରର ପୁଅ ମାନଙ୍କୁ ଖେଳ ମାଧ୍ୟମରେ ଶିକ୍ଷା ଦେବାସହ ଚାଷ ରେ ସାହାଯ୍ୟ କରୁଥିବା ବଳଦ ଏବଂ ଶ୍ରମିକ ମାନଙ୍କୁ ସମ୍ମାନ ଦିଆଯିବା ବିଷୟ ଏହି ଖେଳ ମାଧ୍ୟମରେ ଶିକ୍ଷା ଦିଆଯାଇଥିଲା ବୋଲି କହିଛନ୍ତି ନାରୀ ଶକ୍ତୀର ଲଳିତା ଭୋଇ।ପୁର୍ବରୁ ପୁରା ଉଆଁସ ପାଇଁ ମାାଟି କାରିଗର ମାନେ ବିଭିନ୍ନ ସାମଗ୍ରୀ ତିଆରି କରି ରୋଜଗାର କରୁଥିଲେ।କିନ୍ତୁ ଏବେ ଧିରେ ଧିରେ ଲୋକଙ୍କ ମନରୁ ପୁରା ଉଆଁସ ପର୍ବ ଦୂରେଇ ଯାଉ ଥିବାରୁ ସମାଜ ବ୍ୟବସ୍ଥା ବି ଧିରେ ଧିରେ ବଦଳି ବାରେ ଲାଗିଥିବା କହିଛନ୍ତି ସ୍ବସ୍ତିକା ନାୟକ।ଆଗରୁ ଗାଁ ମାନଙ୍କରେ ସାପ୍ତାହିକ ବଜାରରେ ମାଟୀର ହାତୀଘୋଡା ବିକ୍ରୀ ହେଉଥିବା ବେଳେ ଏସବୁ ବିଷୟରେ ବର୍ତ୍ତମାନର ପିଲାମାନେ ଆଦୌ ଜାଣିନାହାନ୍ତି।ସେଥିପାଇଁ ସେମାନଙ୍କ ଭିତରେ ଆମ ପରମ୍ପରା ବିଷୟରେ ଧାରଣା ଦେବାକୁ ଏହି ଚେଷ୍ଟା କରାଯାଇଥିବା ସଂଘମିତ୍ର ପଣ୍ଡା କହିଥିଲେ।ସେହିପରି ଆଧୁନିକତା ଭିତରେ ଆମ ପରମ୍ପରାକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରାଯାଇଥିବା କାନ୍ତି ମେହେର ମତ ଦେଇଥିଲେ। ଛୋଟ ଶିଶୁ ମାନେ ପାରମ୍ପାରିକ ଖେଳ ଖେଳିଥିବା ବେଳେ ସେମାନଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ନାରୀ ଶକ୍ତିର ସୁଜାତା ଗୁରୁ,ଲଳିତା ଭୋଇ,ଭୂମିସୂତା ମେହେର,ରିଙ୍କି ମହାରଣା, ପୁଷ୍ପାଞ୍ଜଳି ସେଠ ସହଯୋଗ କରିଥିଲେ।ପୁରା ଉଆଁସ ଆୟୋଜନରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ଯୁବ ମଞ୍ଚର ଅମିତ ଦାଶ, ସୁଭମ ସାହୁ,ଅନିକେତ ସାହୁ,ପ୍ରେମ ସାହାଣୀ ପ୍ରମୁଖ ସହଯୋଗ କରିଥିଲେ।କାର୍ଯ୍ୟକ୍ରମରେ ସନ୍ତୋଷ ବଢେଇ,ସୁଦାମ ମେହେର,ମାନସ ରଞ୍ଜନ ବକ୍ସି ପ୍ରମୁଖ ଉପସ୍ଥିତ ରହିଥିଲେ।