April 29, 2026

ଜମିବାଡ଼ି ବିବାଦକୁ ନେଇ ତୁମୁଳକାଣ୍ଡ ଦୁଇ ଆହତ l

IMG-20250821-WA0132
Share

 

ଆଜି ଆମ ନିୟୁଜ ଚାନେଲ ରିପୋର୍ଟର ରମେଶ ସାହୁ କୌଣସି ନିୟୁଜ ସଂଗ୍ରହ କାର୍ଯ୍ୟରେ ସତ୍ୟବାଦୀ ଅଞ୍ଚଳକୁ ଯାଇଥିବାବେଳେ ସତ୍ୟବାଦୀ ଥାନାରେ ଗହଳି ଦେଖି ରହିଯାଇଥିଲେ l ସେଠାରେ ନିୟୁଜ ଅନୁସନ୍ଧାନ ନେବାରୁ ଜଣାପଡିଥିଲା ଯେ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବଳପୁର ଗ୍ରାମପଞ୍ଚାୟତ ର ପଣ୍ଡାସାହି ର ରଙ୍ଗମଣୀ ସାହୁଙ୍କ ସମ୍ପତ୍ତିକୁ ଜୋରଜବରଦସ୍ତ ତାଙ୍କ ପଡୋଶୀ ଶଙ୍କର୍ଷଣ ସାହୁ, ବୁଦ୍ଧିଆ ସାହୁ, ଗଙ୍ଗାଧର ସାହୁ, ପପୁସାହୁ, ବାନାମ୍ବର ସାହୁ, ତୋଫାନ ସାହୁ ସୃତି ସାହୁ ପ୍ରମୁଖ ଜବରଦଖଲ କରି ସମ୍ପତି ହରିଲୁଟ କରିବାକୁ ବସିଛନ୍ତି l ଏହି ବିଷୟରେ ରଙ୍ଗବତୀ ଜାଣିବାପରେ ସତ୍ୟବାଦୀ ଥାନାକୁ ଜଣେଇବାକୁ ଆସିଥିବା ବେଳେ ବୁଦ୍ଧିଆଙ୍କ ପରିବାର ସଦସ୍ୟ ରଙ୍ଗମଣିଙ୍କ ପରିବାର ସମ୍ପର୍କୀୟ ଲକ୍ଷ୍ମୀପ୍ରିୟା ସାହୁ, ସନାତନ ସାହୁ, ଧୁଶାସନ ସାହୁ ବାସୁଦେବ ସାହୁଙ୍କୁ ଅତର୍କିତ ଆକ୍ରମଣ କରି ଅକାମି କରିଥିବାରୁ ସମସ୍ତେ ପୁରୀ ସଦର ମେଡିକାଲ ରେ ଭର୍ତି ହୋଇଛନ୍ତି l ପୁରୀଜିଲ୍ଲା ସାମ୍ବାଦିକ ମାନଙ୍କ ପକ୍ଷରୁ ଏହି ବିଷୟରେ ତଦାରଖ କରିବାକୁ ଯାଇଥିବା ବେଳେ କୌଣସି ସରକାରୀ କର୍ମଚାରୀ ସହଯୋଗ କରିବାର ଦେଖିବାକୁ ମିଳିନଥିଲା l ଏହି ଆକ୍ରମଣ ରେ ରଙ୍ଗବତୀଙ୍କ ସମ୍ପର୍କୀୟ ସୋମନାଥ ଗୁରୁତ୍ତର ଆହତ ହୋଇଥିବା ବେଳେ ବୁଦ୍ଧିଆ ସାହୁଙ୍କ ପରିବାର ରୁ ତିନିଜଣଙ୍କୁ ସତ୍ୟବାଦୀ ପୋଲିସ ଉଠାଇ ନେଇ ପଚରାଉଚରା କରୁଥିବାର ସୂଚନା ଗଣମାଧ୍ୟମ କୁ ମିଳିଛି କିନ୍ତୁ ଏଠାରେ ରଙ୍ଗବତୀ ଙ୍କୁ କିଭଳି ଉଚିତ ନ୍ୟାୟ ମିଳିବ ସେଥିପାଇଁ ପୁରୀଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଚେଷ୍ଟା ଚାଲିଥିବା ବେଳେ ଉଚିତ ନ୍ୟାୟ ପାଇଁ ରଙ୍ଗବତୀ ଙ୍କ ସମ୍ପର୍କୀୟ ସନାତନ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି l ଆମ ଚାନେଲ ପ୍ରତିନିଧି ସନାତନ ଙ୍କ ସହିତ ଯୋଗାଯୋଗ କରିବା ପରେ ସନାତନ କହିଥିଲେ ଯେ ଆମ ପାଖରେ ସମସ୍ତ ଉଚିତ କାଗଜପତ୍ର ଥିବାବେଳେ କିଭଳି ବୁଦ୍ଧିଆ ପରିବାର ଜୋରଜବରଦସ୍ତ ଆମ ଜାଗାକୁ ମାଡି ବସିଛନ୍ତି l ଆଗକୁ ଦେଖିବାକୁ ରହିଲା ଏହି ଜାଗାର ହକଦାର କିଏ ରଙ୍ଗବତୀ ନା ବୁଦ୍ଧିଆ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed