April 25, 2026

ଲଘୁଚାପ ବର୍ଷା ପରେ ଆଶ୍ୱସ୍ତ ଚାଷୀ..

IMG-20250821-WA0131
Share

 

ବୋଲଗଡ଼ ,୨୧/୦୮(ଉପାନ୍ତ ଖବର): ଧାନବୁଣାଠୁ ତଳି ଉପାଡ଼ିବାପର୍ଯ୍ୟନ୍ତ ଚାଷୀ ବର୍ଷାକୁ ଅପେକ୍ଷା କରି ରହିଥିଲେ। ଯାହା କିଛି ନିଅଣ୍ଟିଆ ବର୍ଷା ହୋଇଥିଲା ଖାଲ ଜମି ଗୁଡିକରେ ରୁଆପୋତା କାମ ଚାଲିଥିବା ବେଳେ ଢିପ ଜମି ଗୁଡିକ ଫାଟି ଆଁ କରିଥିଲା। କିନ୍ତୁ ଦୀର୍ଘ ଦିନ ଧରି ବର୍ଷା ହୋଇ ନ ଥିବାରୁ ଧାନ ତଳି ପୋଡିଯିବା ଆଶଙ୍କା ଦେଖା ଦେଇଥିଲା। ହେଲେ ଲଘୁଚାପ ଜନିତ ବର୍ଷା ପ୍ରଭାବରେ ଚାଷୀ ତାର ଜମମିରେ ଧାନ ତଳି ଉପାଡି ରୁଆ ପୋତା କାମ ସାରିଛି। ଆଉ କିଛି ଚାଷୀ ରୁଆ ପୋତା କାମ କରୁଥିବାର ଦେଖିବାକୁ ମିଳୁଛି।ଲଘୁଚାପ ବର୍ଷା ହେବା ଫଳରେ ଚାଷୀଙ୍କ ମୁଁହରେ ହସ ଫୁଟିଛି। ସୁଚନା ଅନୁଯାୟୀ ବୋଲଗଡ଼ ବ୍ଲକରେ ପ୍ରାୟ ୧୫ହଜାର ୩୩୪ ହେକ୍ଟର ଜମି ରହିଥିବା ବେଳେ ସେଥିମଧ୍ୟରୁ ୧୨୫୦୦ ହେକ୍ଟର ଜମି ଧାନ ଚାଷ ପାଇଁ ଉପଯୋଗୀ। ନିଅଣ୍ଟିଆ ବର୍ଷା ସମୟରେ ୧୦,୦୦୦ ହେକ୍ଟର ଜମି ଚାଷ କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଲଘୁଚାପ ଜନିତ ବର୍ଷାପ୍ରଭାବରେ ବଳକା ୨୫୦୦ ହେକ୍ଟର ଜମିରେ ଧାନରୁଆପୋତା କାମ ସରିଆସିଲାଣି।

You may have missed