April 25, 2026

ଜିଲ୍ଲାସ୍ତରୀୟ କୃଷକ ଓ କ୍ରେତଙ୍କ ମଧ୍ୟରେ ସାକ୍ଷାତକାରୀ ସଭା ଓ ବଜାର ସମ୍ପର୍କ କର୍ମଶାଳା* 

IMG-20250821-WA0133
Share

 

ପାରଳାଖେମୁଣ୍ଡି,ତା୨୧.୦୮.୨୦୨୫

 

ଜିଲ୍ଲାସ୍ତରୀୟ କୃଷକ ଓ କ୍ରେତଙ୍କ ମଧ୍ୟରେ ସାକ୍ଷାତ କାରୀ ସଭା ଓ ବଜାର ସମ୍ପର୍କ କର୍ମଶାଳା ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ସାମ୍ପ୍ରତିକ ସମୟରେ ଫସଲର ବିବିଧି କରଣ ସମ୍ପର୍କ ରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଚାଷୀ ଗୋଷ୍ଠୀ ଭିତ୍ତିକ ସଂଗଠନ ଗଠନ କଲେ ଧାନ ଠାରୁ ଅଧିକ ଲାଭ ପାଇପାରିବେ ବୋଲି ବିଭିନ୍ନ ବକ୍ତା ମତ ପ୍ରକାଶ କରିଥିଲେ। କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ଦୀର୍ଘ କାଳୀନ ବିଶ୍ୱାସ ଯୋଗ୍ୟ ଗୁଣାତ୍ମକ କୃଷି ଉତ୍ପାଦନ ସାମଗ୍ରୀର ବିକ୍ରୀ ସମ୍ଭବ, ଯାହାରି ଫଳରେ ଚାଷୀ ନିଜ ଉତ୍ପାଦିତ ସାମଗ୍ରୀ ଅମଳ ପୂର୍ବରୁ ସଠିକ୍ ଯୋଜନା ଓ କ୍ରିୟାନୟନ ବିନା ଏହା ଅସମ୍ଭବ। ସରକାରଙ୍କ ପ୍ରଯୋଜିତ ଯୋଜନାଗୁଡିକ ଠିକ୍ ବାଭରେ ଦୀର୍ଘ ମିଆଦି ପାଇଁ ଚାଷୀ ଆପଣେଇବା ଦରକାର। କେବଳ ସବ୍ସିଡି ପାଇବା ଆଶାରେ ନୁତନ କାର୍ଯ୍ୟ କଲେ ଚାଷୀ ସଫଳତା ହାସଲ କରିପାରିବ ନାହିଁ । ବିକଶିତ ଭାରତ ଗଠନରେ ଚାଷୀଙ୍କ ଅବଧାନ ଅତୁଲନୀୟ ଅଣ ଧାନ ଫସଲ ଚାଷୀ ଉତ୍ପାଦନ କରୀ କମ ଦିନରେ କମ ପାଣି ବ୍ଯବହାରରେ ଓ କମ ପରିବେଶ ଦୂଷିତ ହୋଇ ବିନା ରାସାନୀୟକ ସାରରେ ଅଧିକ ମାତ୍ରାରେ ଲାଭ ପାଇପାରିବ। ସକାରାତ୍ମକ ମନୋଭାବରେ ଫସଲର ବିବିଧି କରଣ କରିବା ନିହାତି ଆବଶ୍ୟକ ବୋଲି ସମସ୍ତେ ଉପଲବ୍ଧି କରିଥିଲେ।

ଏହି କର୍ମଶାଳାରେ ଜିଲ୍ଲାକୃଷି ଅଧିକାରୀ ଶ୍ରୀ ସଞ୍ଜୟ କୁମାର ଦଲେଇ, ଉପନିର୍ଦ୍ଦେଶକ ଉଦ୍ୟାନ ଶ୍ରୀ ସୁଶାନ୍ତ ଦାସ ,ଜିଲ୍ଲା ଶିଳ୍ପକେନ୍ଦ୍ରର ସାକା ପରିଚଳନ ଶ୍ରୀ ସୁନାରାମ ସିଂ, ଜିଲ୍ଲା ପ୍ରକଳ୍ପ ପରିଚାଳକ ,ଓଡ଼ିଶା ଜୀବିକା ମିଶନର ଶ୍ରୀ ଟିମନ ବରା ,ସେଞ୍ଚୁରିୟନ୍ ବିଶ୍ଵବିଦ୍ୟାଳୟ ନିର୍ଦ୍ଦେଶକ ଡ଼ା.ଦୁର୍ଗା ପ୍ରସାଦ ପାଢ଼ୀ, ଗୁମ୍ମା କୃଷି ଅଧିକାରୀ ନାରାୟଣ ଚାନ୍ଦ, ଯୋଜନା ଅଧିକାରୀ ଶ୍ରୀ କେ. ସୁରଜ କୁମାର ପାତ୍ର ସମ୍ମାନିତ ଅତିଥି ଯୋଗଦେଇଥିବା ବେଳେ ଜିଲ୍ଲା ପରିଚାଳକ ଶ୍ରୀ ଆଦର୍ଶ ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ।

You may have missed