April 27, 2026

ଉମରକୋଟ ରେ ଆସ ଆମେ ସ୍କୁଲ ଯିବା ସ୍ୱତନ୍ତ୍ର ପି ଟି ଏମ ବୈଠକ ରେ ଗଣଶିକ୍ଷା ମନ୍ତ୍ରୀଙ୍କ ଯୋଗଦାନ..

IMG-20250818-WA0268
Share

 

 

ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଓ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ ଉମରକୋଟ ବ୍ଲକ ଅନ୍ତର୍ଗତ ସେମଳା କ୍ଲଷ୍ଟର ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ମେନ୍ଦାବେଡା ଓ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ବାସିନୀ ଠାରେ ଅତିରିକ୍ତ ଶ୍ରେଣୀ ଗୃହ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ଏଇ ବିଦ୍ୟାଳୟ ଗୁଡିକରେ ଗୋଟିଏ ଶ୍ରେଣୀଗୃହରେ ଶତାଧିକ ପିଲାଙ୍କୁ ବସାଇ ଶିକ୍ଷାଦାନ ଦିଆଯାଉଥିଲା। ଆଗାମୀ ଦିନରେ ଶିକ୍ଷାର ବିକାଶ ପାଇଁ ଏଇ ଭଳି ପ୍ରୟାସ ଜାରି ରହିବ ବୋଲି କହିଛନ୍ତି ସାଂସଦ ଶ୍ରୀ ମାଝୀ।ଏହି ଦିନ ବଡ଼ବାସିନୀ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ *ଆସ ଆମେ ସ୍କୁଲ ଯିବା* ପି ଟି ଏମ ବୈଠକ ରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଗଣ୍ଡ ଯୋଗ ଦେଇଥିଲେ। ସାନ

ବାସିନୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଗୀତା ଚୌଧୁରୀ ସ।ନ ବାସିନୀ ଗ୍ରାମରୁ ସିଟିଏସ ସର୍ଭେ ମାଧ୍ୟମ ରେ ବାହାର କରିଥିବା ଥିବା ଆଠ ଜଣ ଛାତ୍ର ଛାତ୍ରୀ ଙ୍କର ନାମ ମନ୍ତ୍ରୀ ଙ୍କ ଉପସ୍ଥିତି ରେ ବଡ଼ବାସିନୀ ଉଚ୍ଚ ବିଦ୍ୟାଳୟ ଠାରେ ଲେଖାଇ ଥିଲେ। ପାଠ ପଢା ଅଧାରୁ ନଛାଡି ଜାରି ରଖିବା ସହିତ ଓଡିଶା ସରକାରଙ୍କ ର ବିଦ୍ୟାଳୟ ସ୍ତରରେ ଦିଆ ଯାଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ଓ ତାଙ୍କ ପରିବାର ବର୍ଗଙ୍କୁ ବୁଝେଇ ଥିଲେ। ଏଇ କାର୍ଯ୍ୟକ୍ରମରେ ଭଜପା ରାଜ୍ୟ ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ସାଂସଦ ପ୍ରତିନିଧି ରାମ ନାୟକ, ମନ୍ତ୍ରୀ ପ୍ରତିନିଧି ଅଶୋକ ପାଢ଼ୀ ବ୍ଲକ ଅଧକ୍ଷା ସୁଶୀଳା ମାଝୀ, ବିଡ଼ିଓ ମନୋଜ କୁମାର ମେହେର, ପୌର ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ବୈଷୟିକ ପରାମର୍ଶଦାତା ମନୋରଞ୍ଜନ ଭୋଇ,କନିଷ୍ଠ ଯନ୍ତ୍ରୀ ରୁଦ୍ର ପାତ୍ର,ବିଇଓ ଈଶ୍ୱର ଚନ୍ଦ୍ର ମାଝୀ, ଏବିଇଓ ପୁରୁଷୋତ୍ତମ ମାଝୀ, ସିଆରସିସି ଶିବାନନ୍ଦ ମାଟିଆ ଏବଂ ବିଜେଡି ନେତା ଦେବିସିଂ ମାଝୀ, ମନ୍ଦିରା ନାୟକ, ପ୍ରଭାତ ନାୟକ,ସତ୍ୟ ବେହେରା,ମିଲୁ ପଣ୍ଡା,ସନ୍ତୋଷ ନାୟକ,ଜଟି ପଟ୍ଟନାୟକ, ଟିଙ୍କୁ ଦାସ ଭଳି ସମସ୍ତ ଭାଜପା କର୍ମୀ ଉପସ୍ଥିତ ଥିଲେ।